ଫେବୃଆରୀ ମାସ ପରେ ସିବିଆଇରେ ହାଜର ହେବେ ସିସୋଦିଆ !
ନୂଆଦିଲ୍ଲୀ: ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ତରଫରୁ ଆଜି ହାଜର ହେବାକୁ ନୋଟିସ କରାଯାଇଥିଲା । ଏନେଇ ସିସୋଦିଆ ସିବିଆଇକୁ ସମୟ ମାଗିଛନ୍ତି । ସେ କହିଛନ୍ତି କି ଚଳିତମାସ ଦିଲ୍ଲୀ ସରକାର ବଜେଟ ଉପସ୍ଥାପନା କରିବାକୁ ଥିବାରୁ ସେ ଏହି କାମରେ ବ୍ୟସ୍ତ ଅଛନ୍ତି । ଏଣୁ ଫେବୃଆରୀ ମାସ ପରେ ସେ ସିବିଆଇରେ ହାଜର ହେବେ । ଏନେଇ ସେ ସିବିଆଇକୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି କି ଫେବୃଆରୀ ମାସ ପରେ ଯେବେ ବି ସିବିଆଇ ନୋଟିସ କରିବ ସେତେବେଳେ ମୁଁ ତୁରନ୍ତ ସେଠାରେ ହାଜର ହୋଇଯିବି ।
ସୂଚନା ଥାଉକି ଶନିବାର ଦିନ ନିଜେ ସିସୋଦିଆ ଏକ ଟ୍ୱିଟ କରି ସିିବିଆଇ ନୋଟିସ ବାବଦରେ ସୂଚନା ଦେଇଥିଲେ । ସେ ତାଙ୍କ ଟ୍ୱିଟରେ ଲେଖିଥିଲେ କି ମୋ ବିରୋଧରେ ସିବିଆଇ, ଇଡି ପୁରା ଶକ୍ତିର ସହ ଲଢୁଛି । ଦିଲ୍ଲୀର ପିଲାମାନଙ୍କୁ ଉଚ୍ଚମାନର ଶିକ୍ଷା ଦେବା ଦିଗରେ ମୁଁ କାମ କରୁଥିବାରୁ ଏହାକୁ ରୋକିବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।
କହିରଖୁ କି କଥିତ ଦିଲ୍ଲୀ ଅବକାରୀ ଦୁର୍ନୀତିରେ ସିବିଆଇ ଏହା ପୂର୍ବରୁ ଅନେକ ଥର ମନୀଷ ସିସୋଦିଆଙ୍କୁ ଜେରା କରିଛି । ଏହାସହ ତାଙ୍କ ବାସଭବନ, ବ୍ୟାଙ୍କ ଲକର ଆଦି ଖୋଳତାଡ କରିଛି । ସେପଟେ ଏହି ମାମଲାରେ ଏପର୍ୟ୍ୟନ୍ତ ଅନ୍ୟ କିଛି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଏହି ଦୁର୍ନୀତି ମାମଲାରେ ମଧ୍ୟ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ, କବିତାଙ୍କୁ ସିବିଆଇ ନୋଟିସ କରିଥିଲା । ଏହାପରେ କେ.କବିତାଙ୍କ ଜଣେ ବ୍ୟକ୍ତିଗତ ଅଧିକାରୀଙ୍କୁ ସିବିଆଇ ଗିରଫ କରିଛି ।
Powered by Froala Editor