୨୨ରେ ଦିଲ୍ଲୀ ମେୟର ନିର୍ବାଚନ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦିଲ୍ଲୀର ଉପରାଜ୍ୟପାଳ ମେୟର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଫେବୃଆରୀ ୨୨ରେ ଦିଲ୍ଲୀରେ ମେୟର ନିର୍ବାଚନ ଅନୁଷ୍ଠିତ ହେବ। ଆସନ୍ତା ୨୨ ତାରିଖ ସକାଳ ୧୧ଟା ସମୟରେ ନିର୍ଵାଚ ହେବ ।
ସୂଚନା ଥାଉ କି ଯେ ଶୁକ୍ରବାର ଦିନ ସୁପ୍ରିମକୋର୍ଟ ଆମ୍ ଆଦମୀ ପାର୍ଟି ସପକ୍ଷରେ ରାୟ ଦେଇଥିଲେ । ଦିଲ୍ଲୀ ମହାନଗର ନିଗମ(ଏମସିଡି)ର ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ମନୋନୀତ ସଦସ୍ୟ। ଉପ ରାଜ୍ୟପାଳ ଭିକେ ସକ୍ସେନା କିଛି ସଦସ୍ୟଙ୍କୁ ଏମସିଡିକୁ ମନୋନୀତ କରିଥିଲେ। ସେମାନଙ୍କର ଭୋଟ ଦେବାର ଅଧିକାର ରହିଛି ବୋଲି ମଧ୍ୟ ବିଜେପି ଯୁକ୍ତି କରିଥିଲା। ହେଲେ ଆଜି ସୁପ୍ରିମକୋର୍ଟ ସବୁ କିଛି ସ୍ପଷ୍ଟ କରି ମନୋନୀତ ସଦସ୍ୟମାନେ ମେୟର ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ବୋଲି କହିଛନ୍ତି।
ଏହି ପ୍ରସଙ୍ଗକୁ ଆଧାର କରି ୨ ମାସ ମଧ୍ୟରେ ଏକାଧିକ ଥର ମେୟର ନିର୍ବାଚନ ସ୍ଥଗିତ ହୋଇଥିଲା। ଆପ୍ ଅଭିଯୋଗ କରିଥିଲା ଯେ ବିଜେପି ଏମସିଡିକୁ ଦଖଲ କରିବାକୁ ଚାହୁଁଛି। ଏଥିପାଇଁ ଦଳ ଜଣେ ବିଜେପି ନେତାଙ୍କୁ ମେୟର ପଦକୁ ନିର୍ବାଚିତ କରବାକୁ ଚାହୁଁଥିବା ଆପ କହିଥିଲା। ଶେଷରେ ମେୟର ନିର୍ବାଚନ ପ୍ରସଙ୍ଗ ସୁପ୍ରିମକୋର୍ଟରେ ପହଞ୍ଚିଥିଲା।
Powered by Froala Editor