ପରକୀୟା ପ୍ରୀତି ସନ୍ଦେହ: ଧାରୁଆ ଅସ୍ତ୍ରରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ
ରାୟଗଡ଼ା : ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମରେ ଏଭଳି ଘଟଣା ଘଟିଛି। ଖବରପାଇ ପୁଲିସ ପହଞ୍ଚି ଅଭିଯୁକ୍ତ ସ୍ଵାମୀକୁ ଅଟକ ରଖିଛି।
ସୂଚନାନୁଯାୟୀ, କାଶୀପୁର ବ୍ଲକ ଦୋରାଗୁଡା ଥାନା ଅନ୍ତର୍ଗତ ଡି.କରଳ ଗ୍ରାମର ମାଲିକି ମାଝୀ ଓ ତାଙ୍କ ତାଙ୍କ ସ୍ତ୍ରୀ ସାପାଇ ମାଝୀ (୩୬ ବର୍ଷ)ଙ୍କ ମଧ୍ୟରେ ପରକୀୟା ପ୍ରୀତି ସନ୍ଦେହରେ ଗତ କିଛି ଦିନ ହେବ କଳହ ଲାଗି ରହୁଥିଲା। ଗତକାଲି ରାତିରେ ଏହା ଉଗ୍ର ରୂପ ନେଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ମାଲିକି ଏକ ଧାରୁଆ ଅସ୍ତ୍ରରେ ପତ୍ନୀ ସାପାଇକୁ ହତ୍ୟା କରିଥିଲା। ଆଜି ସକାଳେ ଜଣାପଡ଼ିବା ପରେ ଗ୍ରାମବାସୀ ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ପୁଲିସ ପହଞ୍ଚି ମାଲିକି ମାଝୀକୁ ଅଟକ ରଖିଛି। ଏଥିସହ ମୃତ ସାପାଇଙ୍କ ଶବ ଉଦ୍ଧାର କରି କାଶୀପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପଠାଯାଇଥିବା ଜଣାପଡିଛି।
Powered by Froala Editor