ଜୟନାରାୟଣଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ: ଡି. ପୁରନ୍ଦେଶ୍ୱରୀ
ଭୁବନେଶ୍ୱର: ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସୁରକ୍ଷା ନେଇ ରାଜ୍ୟ ବିଜେପି ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ସମ୍ବଲପୁରରେ ମହିଳା ଆଇଆଇସି ଓ ଜୟନାରାୟଣ ମିଶ୍ର ଧସ୍ତାଧସ୍ତି ଘଟଣାରେ ଜୟନାରାୟଣଙ୍କ ନାଁରେ ମିଛ ମାମଲା ହୋଇଛି। ଜଣେ ମହିଳା ଆଇଆଇସି ଜରିଆରେ ତାଙ୍କୁ ଧକ୍କା, ମୁକ୍କା ଦିଆଯାଇଛି। ଜୟନାରାୟଣ ମିଶ୍ର ଓଡ଼ିଶାରେ ସୁରକ୍ଷିତ ନୁହନ୍ତି। ଜୟନାରାୟଣଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ।
ସେହିପରି ଜୟନାରାୟଣ ମିଶ୍ର କହିଛନ୍ତି ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡଯନ୍ତ୍ରକୁ ପଦାରେ ପକାଉଥିବାରୁ ମୋତେ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୋତେ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି।ସେ କହିଛନ୍ତି, ମୋ ଗୋଡ଼ ଭାଙ୍ଗି ଯାଇଥିବାରୁ ମୁଁ ସମ୍ବଲପୁର ସର୍କିଟ ହାଉସରେ କିଛି ଦିନ ହେବ ରହୁଥିଲି। ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡିର ଗୁଣ୍ଡାମାନେ ସେଠାକୁ ଯାଇ ଭଙ୍ଗାରୁଜା କରିଥିଲେ। ମୁଁ ଆଜି ସର୍କିଟ ହାଉସରେ ଯଦି ଥାଆନ୍ତି, ମୋ ଅବସ୍ଥା କଣ ହୋଇଥାନ୍ତା। ମୋତେ ସେମାନେ ହତ୍ୟା କରିବାକୁ ଆସିଥିଲେ। ମୋତେ ରାସ୍ତାରୁ ହଟାଇବା ପାଇଁ ସରକାର ଦଳ ଚକ୍ରାନ୍ତ ଚଳାଇଛନ୍ତି।
ଜୟ ନାରାୟଣ ଆହୁରି କହିଛନ୍ତି, ଅନେକ ଦିନ ହେବ ସରକାରଙ୍କ ଅପକର୍ମଙ୍କୁ ମୁଁ ପଦାରେ ପକାଉଛି। ବିଶେଷ କରି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସରକାରୀ ଷଡ଼ଯନ୍ତ୍ରକୁ ମୁଁ ପଦାରେ ପକାଉଛି। ଏଥିପାଇଁ ସରକାର ଉତକ୍ଷିପ୍ତ ହୋଇପଡ଼ିଛନ୍ତି, ମୋତେ ରାସ୍ତାରୁ ହଟେଇବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି।
Powered by Froala Editor