ମୋତେ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଛି:ଜୟ ନାରାୟଣ
ଭୁବନେଶ୍ୱର: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ସରକାରୀ ଷଡଯନ୍ତ୍ରକୁ ପଦାରେ ପକାଉଥିବାରୁ ମୋତେ ହତ୍ୟା କରିବା ପାଇଁ ଚକ୍ରାନ୍ତ ଚାଲିଛି। ମୋତେ ରାସ୍ତାରୁ ହଟାଇବାକୁ ରାଜ୍ୟ ସରକାର ଚକ୍ରାନ୍ତ ଚଳାଇଛନ୍ତି। ଆଜି ଏପରି ସାଂଘାତିକ ବୟାନ ଦେଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।ସେ କହିଛନ୍ତି, ମୋ ଗୋଡ଼ ଭାଙ୍ଗି ଯାଇଥିବାରୁ ମୁଁ ସମ୍ବଲପୁର ସର୍କିଟ ହାଉସରେ କିଛି ଦିନ ହେବ ରହୁଥିଲି। ମୁଁ ଆଜି ସର୍କିଟ ହାଉସରେ ଥିବା ଖବର ପାଇ ବିଜେଡିର ଗୁଣ୍ଡାମାନେ ସେଠାକୁ ଯାଇ ଭଙ୍ଗାରୁଜା କରିଥିଲେ। ମୁଁ ଆଜି ସର୍କିଟ ହାଉସରେ ଯଦି ଥାଆନ୍ତି, ମୋ ଅବସ୍ଥା କଣ ହୋଇଥାନ୍ତା। ମୋତେ ସେମାନେ ହତ୍ୟା କରିବାକୁ ଆସିଥିଲେ। ମୋତେ ରାସ୍ତାରୁ ହଟାଇବା ପାଇଁ ସରକାର ଦଳ ଚକ୍ରାନ୍ତ ଚଳାଇଛନ୍ତି।
ଜୟ ନାରାୟଣ ଆହୁରି କହିଛନ୍ତି, ଅନେକ ଦିନ ହେବ ସରକାରଙ୍କ ଅପକର୍ମଙ୍କୁ ମୁଁ ପଦାରେ ପକାଉଛି। ବିଶେଷ କରି ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ସରକାରୀ ଷଡ଼ଯନ୍ତ୍ରକୁ ମୁଁ ପଦାରେ ପକାଉଛି। ଏଥିପାଇଁ ସରକାର ଉତକ୍ଷିପ୍ତ ହୋଇପଡ଼ିଛନ୍ତି, ମୋତେ ରାସ୍ତାରୁ ହଟେଇବା ପାଇଁ ଚକ୍ରାନ୍ତ ଚଳାଇଛନ୍ତି।
Powered by Froala Editor