ଡ୍ୟୁଟିରେ ଥିବାବେଳେ ଅଘଟଣ: ଅଜଣା ଗାଡି ଧକ୍କାରେ ହୋମଗାର୍ଡ ମୃତ
ବେଲବାହାଳି : ଘଷିପୁରା ଥାନା ଦେଓଗାଁ ବଜାରରେ ରାତିରେ କାର୍ୟ୍ୟରତ ଥିବା ହୋମଗାର୍ଡଙ୍କ ଉପରେ କେହି ଦୃବୃର୍ତ୍ତ ଗାଡି ଚଢାଇ ଦେଇଥିବାରୁ ତାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ହୋମଗାର୍ଡ ଜଣଙ୍କ ଡ୍ୟୁଟିରେ ଥିବାବେଳେ ଏହି ଅଘଟଣ ଘଟିଛି।
ହୋମଗାର୍ଡଙ୍କ ଘର ତରିମୂଳ ଗ୍ରାମର ସୁରେନ୍ଦ୍ର ରାଉତ ବୋଲି ସୂଚନା ମିଳିଛି। ସକାଳୁ ସକାଳୁ ଲୋକେ ଦେଖିବା ପରେ ସ୍ଥାନୀୟ ଘସିପୁରା ଥାନାକୁ ଜଣାଇଥିଲେ। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶବକୁ ଜବତ କରିବା ସହିତ ଏହା ଦୁର୍ଘଟଣା କି କେହି ଜାଣିଶୁଣି ଏଭଳି କରିଛି ସେନେଇ ତଦନ୍ତ କରୁଛି। ବଜାରରେ ଲାଗିଥିବା ସିସିଟିଭି ଦେଖି ପୋଲିସ ଏହାର ଅଧିକ ତଦନ୍ତ ଜାରି ରଖିଛି ।
Powered by Froala Editor