ପ୍ରଭାକରନ ଜୀବିତ, ଖୁବ୍ ଶୀଘ୍ର ସେ ସାମନାକୁ ଆସିବେ
ଶ୍ରୀଲଙ୍କା ସରକାର ଏଲଟିଟିଇ ମୁଖ୍ୟ ଭେଲୁପିଲ୍ଲାଇ ପ୍ରଭାକରନଙ୍କୁ ମୃତ ଘୋଷଣା କରିଥିଲେ। ଆଉ ଘୋଷଣାର ୧୪ ବର୍ଷ ପରେ ତାମିଲନାଡୁର ବରିଷ୍ଠ ନେତା ପାଜା ନେଡୁମରାନ୍ ସୋମବାର ଦାବି କରିଛନ୍ତି ଯେ ସେ ଜୀବିତ ଏବଂ ସୁସ୍ଥ ଅଛନ୍ତି ଏବଂ ଖୁବ୍ ଶୀଘ୍ର ସେ ସାମନାକୁ ଆସିବେ । ତାମିଲନାଡ଼ୁର ଭେଟେରାନ ରାଜନେତା ପାଜା ନେଡୁମରାନ୍ ଏମିତି ଏକ ଚାଞ୍ଚଳ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରଭାକରନ ଏବେ ବି ଜୀବିତ ଅଛନ୍ତି। ଆଉ ସୁସ୍ଥ ଅଛନ୍ତି। ସେ କହିଛନ୍ତି, ଯେତେବେଳେ ସମୟ ଠିକ ହେବ, ସେତେବେଳେ ପ୍ରଭାକରନ ବିଶ୍ୱର ସାମ୍ନାକୁ ଆସିବେ ।
ମୁଁ ଆଶା କରୁଛି ଏହି ଖବର ଏଲଟିଟିଇ ମୁଖିଆଙ୍କ ବିଷୟରେ ବିସ୍ତାର ହୋଇଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇବ । ସେ ଖୁବ ଶୀଘ୍ର ତାମିଲ ଜାତିର ମୁକ୍ତି ପାଇଁ ଯୋଜନା ଘୋଷଣା କରିବାକୁ ଯାଉଛନ୍ତି। ଦୁନିଆର ସମସ୍ତ ତାମିଲ ଲୋକ ଏକଜୁଟ ହୋଇ ତାଙ୍କୁ ସମର୍ଥନ କରିବା ଉଚିତ ବୋଲି ନେଡୁମାରନ କହିଛନ୍ତି।
ପ୍ରଭାକରନ ଲିବରେସନ ଟାଇଗର୍ସ ଅଫ୍ ତାମିଲ ଇଲମ୍ (ଏଲଟିଟିଇ) ଗଠନ କରିଥିଲେ ଏବଂ ଶ୍ରୀଲଙ୍କାରୁ ଅଲଗା ହୋଇ ଏକ ସ୍ବାଧୀନ ତାମିଲ ରାଷ୍ଟ୍ର ପାଇଁ ଏକ ରକ୍ତାକ୍ତ ଗରିଲା ଅଭିଯାନ ଚଳାଇଥିଲେ । ତେବେ ୨୦୦୯ ମସିହା ମେ ୧୮ ତାରିଖରେ ମୁଲିୱାଇକାଲରେ ହୋଇଥିବା ଏକ ସାମରିକ ଅପରେସନ୍ ପରେ ଶ୍ରୀଲଙ୍କା ସେନା ତାଙ୍କୁ ମୃତ ଘୋଷଣା କରିଥିଲା । ସେତେବେଳେ ମହିନ୍ଦା ରାଜପକ୍ଷେ ଶ୍ରୀଲଙ୍କାର ରାଷ୍ଟ୍ରପତି ଥିଲେ ।
Powered by Froala Editor