ଭାରସାମ୍ୟ ହରାଇ କେନାଲକୁ ଖସିଲା ବାଇକ, ୩ ମୃତ
କରଞ୍ଜିଆ: କରଞ୍ଜିଆ ହାତିବାରି ଗ୍ରାମ ନିକଟ ହୁଡ଼ି ସାହି ନିକଟରେ ଭାରସାମ୍ୟ ହରାଇ ଦେଓ କେନାଲରେ ପଡିଯାଇଛି ଏକ ବାଇକ। ଫଳରେ କେନାଲ ପାଣିରେ ବୁଡି ତିନି ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଜଣେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ, ଗୋଟିଏ ବାଇକରେ ୪ ଜଣ ତାଟୋ ପଞ୍ଚାୟତ ଷଢଙ୍ଗି ଟାଇଁସିରା ଗ୍ରାମର ଯୁବକ ହାତିବାରୀତୁ ଖେଳ ଦେଖିବାକୁ ଆସି ନିଜ ଘରକୁ ଫେରୁଥିଲେ। ଏହି ସମୟରେ ସେମାନେ ଭାରସାମ୍ୟ ହରାଇ କଲଭର୍ଟରେ ବାଡ଼େଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ତିନି ମୃତକଙ୍କ ନାଁ ହେଉଛି ତାଟୋ ବନ୍ଧ ସାହିର ମୁରଲିଧର ନାଏକ ଏବଂ ଷଡ଼ଙ୍ଗୀ ଟାଇଁସିରାର ୨୩ ବର୍ଷୀୟ ବିରାଶ ନାଏକ ଓ ୨୬ ବର୍ଷୀୟ ଜଗବନ୍ଧୁ ନାଏକ। ତେବେ ଆହତ ଜଣକର ନାମ ଦେବବ୍ରତ ନାଏକ ବୋଲି ଜଣାପଡିଛି। ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।
Powered by Froala Editor