ତିନି କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ୍ ଉଦ୍ଧାର
ମାଲକାନଗିରି : କୁମ୍ଵିଂ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ଉଦ୍ଧାର କରି ନିଷ୍କ୍ରିୟ କଲା ସୁରକ୍ଷା ବାହିନୀ। ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲା ଆବାପାଲି ରାସ୍ତାରୁ ତିନି କିଲୋଗ୍ରାମ ଓଜନର ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଥିଲା। ଏହି ଲ୍ୟାଣ୍ଡମାଇନ୍କୁ ସୁରକ୍ଷା ବାହିନୀ ନିଷ୍କ୍ରିୟ କରି ଦେଇଛି।
ସୂଚନାନୁଯାୟୀ, ସୀତାପୁର କ୍ୟାମ୍ପରେ ଥିବା ୧୯୬ ବାଟାଲିଆନ ସିଆରପିଏଫ ଯବାନମାନେ କୁମ୍ଵିଂ ଅପରେସନରେ ବାହାରି ଥିବା ବେଳେ ୫୦ ମିଟର ଦୂର ପଗଡଣ୍ଡି ଗାଁ ନିକଟ ରାସ୍ତାରୁ ଏକ ଲ୍ୟାଣ୍ଡମାଇନ୍ ଉଦ୍ଧାର ହୋଇଛି। ସିଆରପିଏଫ୍ ଯବାନଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଏକ ତିନି କିଲୋଗ୍ରାମ୍ ଓଜନର ଲ୍ୟାଣ୍ଡମାଇନ୍ ଖଞ୍ଜିଥିଲେ। କୁମ୍ଵିଂ ଅପରେସନ ବେଳେ ଯବାନମାନେ ଏହି ଲ୍ୟାଣ୍ଡମାଇନ୍ ଉଦ୍ଧାର କରିଛନ୍ତି। ଲ୍ୟାଣ୍ଡମାଇନ୍କୁ ଠାବ କରିବା ପରେ ନିଷ୍କ୍ରିୟ କରାଯାଇଛି।
Powered by Froala Editor