ପୁଣି ମାଓ ହିଂସା: ପୋଲିସ ଇନଫର୍ମର ସନ୍ଦେହରେ ସରପଞ୍ଚଙ୍କୁ ଗଳା କାଟି ହତ୍ୟା
ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ଦନ୍ତେୱାଡା ଜିଲ୍ଲାରେ ପୁଣି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ ପୂର୍ବତନ ସରପଞ୍ଚଙ୍କୁ ଗଳା କାଟି ହତ୍ୟା କଲେ ନକ୍ସଲ। ମୃତକ ଜଣଙ୍କ ହେଉଛନ୍ତି ବାରସୁର ଥାନା ଅନ୍ତର୍ଗତ ହିତାମେଟ ଗ୍ରାମର ପୂର୍ବତନ ସରପଞ୍ଚ ରାମଧର ଆଲମି।
ସୂଚନାନୁଯାୟୀ, ବାରସୁର ଥାନା ଅନ୍ତର୍ଗତ ହିତାମେଟ ଗ୍ରାମର ପୂର୍ବତନ ସରପଞ୍ଚ ରାମଧର ଆଲମିଙ୍କୁ ଦୁଇ ଦିନ ତଳେ ମାଓବାଦୀମାନେ ଅପହରଣ କରିଥିଲେ। ହୁଣ୍ଡାବେଡ଼ା ଜଙ୍ଗଲରୁ ଆଜି ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ମୃତଦେହ ନିକଟରୁ ଏକ ମାଓ ପୋଷ୍ଟର ମିଳିଛି। ପୋଲିସ ଇନଫର୍ମର ସନ୍ଦେହରେ ମାଓବାଦୀଙ୍କ ପୂର୍ବ ବସ୍ତର ଡିଭିଜନ ଏହି ହିଂସାକାଣ୍ଡ କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି।
Powered by Froala Editor