ଛତିଶଗଡ଼ ରାଜ୍ୟପାଳ ହେଲେ ବିଶ୍ୱଭୂଷଣ ହରିଚନ୍ଦନ
ଭୁବନେଶ୍ୱର: ଆନ୍ଧପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ନୂଆ ଦାୟିତ୍ୱ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କାରଣ ରାଷ୍ଟ୍ରପତି ମୋଟ ୧୩ ଜଣ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି । ତଦନୁଯାୟୀ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଛତିଶଗଡ଼ ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏସ.ଅବଦୁଲ ନାଜିରଙ୍କୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳଭାବେ ଦାୟିତ୍ୱ ଦିଆଯାଇଛି ।
ସେହିପରି ଛତିଶଗଡ଼ ରାଜ୍ୟପାଳ ଅନୁସୂୟା ୱିକି ମଣିପୁର ରାଜ୍ୟପାଳଭାବେ ନିଯୁକ୍ତ ହୋଇଛନ୍ତି ।
ତେବେ କେଉଁ ରାଜ୍ୟ ପାଇଁ କିଏ ନିଯୁକ୍ତ ହେଲେ ଜାଣନ୍ତୁ
ଲେଫ୍ଟନାଣ୍ଟ ଜେନେରାଲ କେ.ଟି ପରନାୟକ-ଅରୁଣାଚଳ ପ୍ରଦେଶ
ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ-ସିକିମ
ସିପି ରାଧାକ୍ରିଷ୍ଣନ- ଝାଡ଼ଖଣ୍ଡ
ଗୁଲାବ ଚାନ୍ଦ କଟାରିଆ-ଆସାମ
ଶିବ ପ୍ରତାପ ଶୁକ୍ଳା- ହିମାଚଳପ୍ରଦେଶ
Powered by Froala Editor