ଘଟଗାଁ ରେଞ୍ଜରୁ ୨ଟି ହାତୀ ଦାନ୍ତ ଜବତ
କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ପକ୍ଷରୁ ଆଜି ଚଢ଼ଉ କରାଯାଇ ମେଲାଣ ଗ୍ରାମ ନିକଟରୁ ଦୁଇଟି ହାତୀଦାନ୍ତ ଜବତ କରାଯାଇଛି। ଏହି ମାମଲାରେ ଜଣଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଲା ମୟୂରଭଞ୍ଜ ଜିଲ୍ଲା କେନ୍ଦୁମୁଣ୍ଡି ଗ୍ରାମର ବିଳାସ ମାଙ୍କଡ଼ିଆ (୩୫)। ଜବତ ହାତୀଦାନ୍ତର ଓଜନ ୧୦ କେଜି ୧୬୦ ଗ୍ରାମ ବୋଲି ଜଣାପଡ଼ିଛି।
ଘଟଗାଁ ରେଞ୍ଜରୁ ହାତୀ ଦାନ୍ତ ଚୋରାଣ ହେଉଥିବା ନେଇ ବନ ବିଭାଗ ବିଶେଶ ସୂତ୍ରରୁ ପାଇଥିଲା। ଶୁକ୍ରବାରଠାରୁ କେନ୍ଦୁଝର ଏସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଏକ ଟିମ୍ ହାତୀ ଦାନ୍ତ ତସ୍କରଙ୍କ ପିଛା କରିଥିଲା। ଆଜି ଅପରାହ୍ନରେ ହାତୀ ଦାନ୍ତ ନେଇ ଯାଉଥିବା ବିଳାସ ମାଙ୍କିଡ଼ିଆକୁ ୨୦ ନମ୍ୱର ଜାତୀୟ ରାଜପଥର ମେଲାଣ ଗାଁ ନିକଟରେ ମାଡ଼ି ବସିଥିଲା। ବନ ବିଭାଗ ତା’ଠାରୁ ୮ ଖଣ୍ଡ ହୋଇଥିବା ୨ଟି ହାତୀ ଦାନ୍ତ ଜବତ କରିଥିଲା।
ହାତୀ ଦାନ୍ତ ଚାଲାଣ ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ବିଳାସ ମାଙ୍କିଡ଼ିଆଙ୍କ ଘର ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶ କେନ୍ଦୁ ମୁଣ୍ଡି ଗାଁରେ। ତା’ଠାରୁ ଜବତ ହୋଇଥିବା ଦାନ୍ତ ଦୁଇଟିର ଓଜନ ୧୦ କିଲୋରୁ ଅଧିକ ହେବ।
Powered by Froala Editor