ନୂଆ ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି
ଭୁବନେଶ୍ୱର: ନୂଆ ସୂଚନା କମିଶନର ପଦ ପାଇଁ ସୁଶାନ୍ତ କୁମାର ମହାନ୍ତିଙ୍କୁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ରାଜ୍ୟ ସରକାର ତାଙ୍କୁ ନୂତନ ସୂଚନା କମିଶନର ଭାବେ ନିଯୁକ୍ତି ଦେଇଛନ୍ତି।ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲଙ୍କ ଅନୁମୋଦନ କ୍ରମେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି।
ପୂର୍ବରୁ ସାମ୍ବାଦିକତା କ୍ଷେତ୍ରରେ ସଫଳତା ସାଉଁଟିଥିବା ଶ୍ରୀ ମହାନ୍ତି ଓଡ଼ିଶା କ୍ରୀଡ଼ା ଆସୋସିଏସନର ମଧ୍ୟ ସଦସ୍ୟ ଅଟନ୍ତି। ଓଡ଼ିଶାର ପ୍ରତିଷ୍ଠିତ ଖବରକାଗଜ ‘ଦୈନିକ ସମାଜ’ର ସେ କାର୍ୟ୍ୟକାରୀ ସମ୍ପାଦକ ଭାବରେ ପୂର୍ବରୁ କାର୍ୟ୍ୟଭାର ତୁଲାଇଥିଲେ।
Powered by Froala Editor