ହାତୀକୁ ମାରି ଶୁଣ୍ଢ କାଟି ନେଇଗଲେ
ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳରୁ ପୁଣି ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି । ପିଠାବଟା ରେଞ୍ଜର ଗୋପୀନାଥପୁର ବିଟ୍ ଅଧୀନ ଜଙ୍ଗଲରେ ପାଟ୍ରୋଲିଂ ସମୟରେ ବନକର୍ମଚାରୀ ବୁଧବାର ଅପରାହ୍ନରେ ହାତୀ ମୃତଦେହ ଦେଖି ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ବନ ବିଭାଗ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ରାତି ହୋଇଯିବାରୁ ଗୁରୁବାର ପ୍ରତ୍ୟୁଷରେ ପ୍ରାଣୀ ଚିକିତ୍ସକଙ୍କୁ ସାଙ୍ଗରେ ନେଇ ଘଟଣାସ୍ଥଳକୁ ବନ ବିଭାଗ ଟିମ୍ ଯାଇଛନ୍ତି।
ସୂଚନାନୁଯାୟୀ, ଶିକାରୀମାନେ ହାତୀକୁ ମାରି ତାର ଶୁଣ୍ଢ କାଟି ୨ଟି ଯାକ ଦାନ୍ତ ନେଇଯାଇଛନ୍ତି । ହାତୀଟିର ବୟସ ୭ ରୁ ୧୦ବର୍ଷ ମଧ୍ୟରେ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ୩ ରୁ ୪ଦିନ ତଳେ ହାତୀ ଶିକାର ହୋଇଥିବା ବେଳେ ଅରୁଣାଚଳ ପ୍ରଦେଶର ଶିକାରୀ ଘଟଣାରେ ଜଡ଼ିତ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷ କହିଛନ୍ତି।
Powered by Froala Editor