ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ୫ ଛାତ୍ରଛାତ୍ରୀ ଗୁରୁତର
ଗଞ୍ଜାମ : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ପଳାସପୁର କାଳୀ ମନ୍ଦିର ନିକଟରେ ଏକ ଇଟା ବୋଝେଇ ଟ୍ରାକ୍ଟର ଧକ୍କାରେ ଗୁରୁତର ହୋଇ ପଡ଼ିଛନ୍ତି ୫ ଛାତ୍ରଛାତ୍ରୀ । ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ଘଟିଛି।
ସାନଖେମୁଣ୍ଡି ବ୍ଲକ ଛନମେରି ଆଦର୍ଶ ବିଦ୍ୟାଳୟକୁ ଏକ ଅଟୋରେ ୫ ଛାତ୍ରଛାତ୍ରୀ ଆଜି ସକାଳେ ଯାଉଥିଲେ। ଅଟୋଟି ସ୍କୁଲ ପାଖାପାଖି ହୋଇ ଯାଇଥିଲ। ମାତ୍ର ପଳାସପୁର କାଳୀ ମନ୍ଦିର ନିକଟରେ ହଠାତ୍ ଏକ ଇଟା ବୋଝେଇ ଟ୍ରାକ୍ଟର ଭାରସାମ୍ୟ ହରାଇ ଅଟୋକୁ ପିଟିଥିଲା। ଫଳରେ ଛାତ୍ରଛାତ୍ରୀମାନେ ଛିଟିକି ରାସ୍ତାରେ ଏଣେତେଣେ ପଡ଼ିଥିଲେ। ତୁରନ୍ତ ସ୍ଥାନୀୟ ଲୋକେ ସମସ୍ତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଏମକେସିଜି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।
Powered by Froala Editor