କୋର୍ଟରେ ୫ ଜଣଙ୍କୁ ଘାଇଲା କଲା କଲରାପତରିଆ
ବୁଧବାର ଏକ କଲରାପତରିଆ ବାଘ ଉତ୍ତରପ୍ରଦେଶର ଗାଜିଆବାଦ କୋର୍ଟ ପରିସରରେ ପ୍ରବେଶ କରିଥିଲା। ବାଘଟି ପୁରୁଣା ବିଲଡିଂ ନିକଟରେ ଦୁଇ ଜଣ ଓକିଲ ଓ ଜୋତା ପଲିସ କରୁଥିବା ଜଣେ ବ୍ୟକ୍ତିଙ୍କ ସମେତ ୫ ଜଣଙ୍କୁ ଆକ୍ରମଣ କରିଥିଲା। ଖବର ପାଇବା ପରେ ପୁଲିସ ଓ ଜଙ୍ଗଲ ବିଭାଗର ଏକ ଟିମ ଘଟଣାସ୍ଥଳରେ ପହଞ୍ଚି କଲରାପତରିଆ ବାଘକୁ ଆୟତ କରିବାକୁ ଉଦ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି ଯେ ଚିତାବାଘଟି କୋର୍ଟ କମ୍ପ୍ଲେକ୍ସ ଭିତରେ ଥିବା ଏକ ଫାଟକ ପଛରେ ଠିଆ ହୋଇ ପୋଲିସ୍ ଓ ଆଇନଜୀବୀଙ୍କୁ ଅନାଇଥିବାର ନଜର ଆସିଛି। ଏହି କଲରାପତରିଆ ବାଘଟି IMT ପାର୍ଶ୍ୱରୁ କୋର୍ଟରେ ପ୍ରବେଶ କରିଥିଲା। ଯାହା ପରେ ପ୍ରଥମ ମହଲାରେ ମୁଖ୍ୟ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପ୍ରବେଶ କରିଥିଲେ। ବାଘକୁ ଦେଖି ସମଗ୍ର କୋର୍ଟ ପରିସରରେ ଥିବା ଲୋକେ ଏଣେତେଣେ ଦୌଡିବାକୁ ଲାଗିଥିଲେ। ପରେ ଏହି ଘଟଣା ସମ୍ପର୍କରେ ପୁଲିସ କମିଶନର ଏବଂ ଜଙ୍ଗଲ ବିଭାଗକୁ ସୂଚନା ଦିଆଯାଇଥିଲା। ବର୍ତ୍ତମାନ ବାଘକୁ କାବୁ କରାଯାଇଛି।
Powered by Froala Editor