ନବ ଦାସ ହତ୍ୟା ମାମଲା: ଘଟଣା ସ୍ଥଳକୁ ଯିବେ ଅବସର ପ୍ରାପ୍ତ ବିଚାରପତି ଜେ.ପି. ଦାସ
ଭୁବନେଶ୍ୱର : ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ତଦନ୍ତର ତଦାରଖ କରୁଥିବା ଅବସର ପ୍ରାପ୍ତ ବିଚାରପତି ଜେ.ପି. ଦାସ ଆଜି ଘଟଣା ସ୍ଥଳକୁ ଯିବେ। କ୍ରାଇମ୍ ସ୍ପଟ୍ ଯାଇ ସେ ଅନୁଧ୍ୟାନ କରିବେ। ଗତକାଲିଠୁ ଝାରସୁଗୁଡ଼ାରେ ଅଛନ୍ତି ଜେ.ପି ଦାସ।ସେପଟେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ, ଅତିରିକ୍ତ ମହାନିର୍ଦ୍ଦେଶକ ଗୁଇନ୍ଦା ସଞ୍ଜୀବ ପଣ୍ଡା, ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ଆର. କେ. ଶର୍ମା ମଧ୍ୟ ଝାରସୁଗୁଡ଼ା ଗସ୍ତ କରିଛନ୍ତି । କ୍ରାଇମବ୍ରାଞ୍ଚ ଏଡିଜି ମଧ୍ୟ ଝାରସୁଗୁଡ଼ାରେ ଅଛନ୍ତି । ଆଜି ବରିଷ୍ଠ ଅଧିକାରୀଙ୍କ ସହ କ୍ରାଇମ୍ ସ୍ପଟ୍ କୁ ଯିବେ ଜଷ୍ଟସ୍ ଜେ.ପି. ଦାସ। କ୍ରାଇମବ୍ରାଞ୍ଚ ଚଳାଇଥିବା ତଦନ୍ତର ବିଭିନ୍ନ ଦିଗକୁ ନେଇ ଅନୁଧ୍ୟାନ କରିବେ ।
ସେହିପରି ଆଜି ସରୁଛି ନବ ଦାସ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସର ଦ୍ବିତୀୟ ପର୍ୟ୍ୟାୟ ରିମାଣ୍ଡ ଅବଧି । ରିମାଣ୍ଡ ବେଳେ ଗୋପାଳ ଠାରୁ ଅନେକ ତଥ୍ୟ ହାସଲ କରିଛି କ୍ରାଇମବ୍ରାଞ୍ଚ। ପୁଣି ଥରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ କ୍ରାଇମବ୍ରାଞ୍ଚ । ମଙ୍ଗଳବାର ଅଭିଯୁକ୍ତ ଗୋପାଳକୁ କ୍ରାଇମ୍ ସ୍ପଟକୁ ନେଇ ସିନ୍ ରିକ୍ରିଏଟ୍ କରିଥିଲା କ୍ରାଇମବ୍ରାଞ୍ଚ ଟିମ୍। ନକଲି ବନ୍ଧୁକ ଧରି ଅସଲ ଗୁଳିକାଣ୍ଡର ଡେମୋ ଦେଖାଇଲା ଗୋପାଳ ଦାସ।
Powered by Froala Editor