ରିଲ୍ସ ନିଶା ଏମିତି ଘାରିଛି, ଚତୁର୍ଥୀ ଭିଡିଓ ବି ଛାଡ଼ିଦେଲେ ଦମ୍ପତି

ରିଲ୍ସ କରିବା ଯେମିତି ଯୁବପିଢିଙ୍କ ମୁଣ୍ଡରେ ଭୂତ ସବାର କରିଛି । ସ୍ଥାନ କାଳ କିଛି ମାନୁନାହାନ୍ତି । ଯେଉଁଠି ଯିଏ ପାରିଲା ରିଲ୍ସ କରିବାରେ ବ୍ୟସ୍ତ । କିଛି ଫଲୋଅର୍ସ ଆଉ ଲାଇକ୍ସ ନିଶା ଏମିତି ଘାରିଛି ଯେ ଲୋକେ ଚତୁର୍ଥୀ ରାତିର ଭିଡିଓ ବି କରିବାକୁ ପଛଉନାହାନ୍ତି । ଏମିିତି ଏକ ରିଲ୍ସ ଭାଇରାଲ ହେବା ପରେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
ଇନଷ୍ଟା ହ୍ୟାଣ୍ଡେଲର ନାଁ ଆରୁଷିରାହୁଲ ଅଫିସିଆଲ ଥିବା ବେଳେ ଭିଡିଓରେ ଦମ୍ପତି ପରସ୍ପରକୁ ଚୁମ୍ବନ ଦେଉଥିବାର ଦେଖିବାକୁ ମିଳିଛି। ଦୁହେଁ ଏଭଳି ଭିଡିଓ ଜାନୁଆରି ୨୫ରେ ସେୟାର କରିଥିବା ବେଳେ ଏବେ ତାହା ଭାଇରାଲ ହୋଇଛି। ଭିଡିଓରେ ଲେଖାଯାଇଛି ଯେ ଆମେ କିଭଳି ଆମ ବିବାହ ରାତିକୁ ବିତାଇଲୁ। ଭିଡିଓ ଆରମ୍ଭରୁ ଦୁହେଁ ସେଲଫି ନେବା ସହ ସ୍ବାମୀ ନିଜ ପତ୍ନୀଙ୍କୁ ଚୁମ୍ବନ ଦେଉଥିବା ଦେଖିବାକୁ ମିଳିଛି। ଏହା ପରେ ଯୁବକଜଣକ ନିଜ ପତ୍ନୀଙ୍କ ଅଳଙ୍କାର ଖୋଲିବା ସହ ପତ୍ନୀ ପିନ୍ଧିଥିବା ବ୍ଲାଉଜ ଖୋଲୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ ହେବା ପରେ ଲୋକେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।
Powered by Froala Editor