ଭୋକରେ ମାଟି ଖାଇ ବଞ୍ଚିଥିଲେ ଦମ୍ପତି
ଖାଦ୍ୟ ନପାଇ ଦୟନୀୟ ସ୍ଥିତିକୁ ଚାଲି ଆସିଛନ୍ତି ଜଣେ ଦମ୍ପତି । ସ୍ୱାମୀ ସ୍ତ୍ରୀ ଉଦ୍ଧାର ପରେ ସେମାନଙ୍କୁ ଦେଖିବା ଭାରି ଦୁଃଖଦ ଥିଲା । ସେମାନେ ଯେଉଁ କଥା କହିଲେ ତାହା ଚକିତ କଲାଭଳି ଥିଲା । କାରଣ ଦୁଇ ଜଣ ଖାଦ୍ୟ ନପାଇବାରୁ ମାଟି ଖାଇ ବଞ୍ଚିଥିଲେ । ହେଲେ ମାଟି ଖାଇ ଖାଇ ଅସୁସ୍ଥ ହୋଇପଡିଥିଲେ । ଖବର ପାଇ ପ୍ରଶାସନ ଏବେ ସେମାନଙ୍କ ନିକଟରେ ପହଞ୍ଚିଛି । ଉଭୟଙ୍କ ଚିକିତ୍ସା ଚାଲିଛି । ଏ ଘଟଣା ହେଉଛି ପୂର୍ବ ସିଂହଭୂମ ଜିଲ୍ଲା ଦମ୍ପାବେଡା ଗ୍ରାମର।
ଖବର ଅନୁଯାୟୀ, ଗାଁର ପାର୍ବତ୍ୟରେ ବାସ କରୁଛନ୍ତି ସାବର ଦମ୍ପତି ଟୁନା ଓ ସୁମି । ଉଭୟ ଅନେକ ଦିନ ଭୋକ ଉପାସରେ ପଡିରହିଛନ୍ତି। ଅବସ୍ଥା ଏପରି ହୋଇଛି ଯେ ସେମାନେ ମାଟି ଖାଇ ଜୀବନ ଯୁଦ୍ଧରେ ଲଢୁଛନ୍ତି। ସରପଞ୍ଚ ଏହି ଦମ୍ପତିଙ୍କ ଖବର ବୁଝିବାକୁ ସେମାନଙ୍କ ନିକଟରେ ପହଞ୍ଚିଥିଲେ। ଟୁନା-ସୁମିଙ୍କ ଅବସ୍ଥା ଦେଖି ତାଙ୍କ ଲୋମ ଟାଙ୍କୁରି ଉଠିଥିଲା। ଟୁନାଙ୍କ ଶରୀରରୁ ଚର୍ମ ଛାଡି ଯାଇଥିଲା। ଖାଦ୍ୟ ଖାଇନଥିବାରୁ ଉଭୟଙ୍କ ପେଟ-ପିଠି ଏକ ହୋଇଯାଇଥିଲା।
ତେବେ ସରପଞ୍ଚଙ୍କ ଟ୍ୱିଟ୍ ପରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଏହି ପ୍ରସଙ୍ଗରେ ଅବଗତ ହୋଇଥିଲେ ଏବଂ ସାବର ଦମ୍ପତିଙ୍କୁ ସାହାଯ୍ୟ କରିବାକୁ ଡିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଡିସିଏଲ୍ଆର ରବିନ୍ଦ୍ର ଗାଗରାଇଙ୍କ ନେତୃତ୍ୱରେ ପ୍ରଶାସନ ଏବଂ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚିଛନ୍ତି।
Powered by Froala Editor