୯ କୋଟି ଦରମା, କିନ୍ତୁ ସାଣ୍ଡୱିଚ୍ ଚୋରି କରି ଫସିଲେ ଭାରତୀୟ ବ୍ୟାଙ୍କର

ଜଣେ ହାଇ ପ୍ରୋଫାଇଲ ଭାରତୀୟ ବ୍ୟାଙ୍କର ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍ ଚୋରି ହଟହଟା ହୋଇଛନ୍ତି । ଏମିତି ନୁହେଁ ଯେ, ବ୍ୟାଙ୍କର ଟଙ୍କା କମ୍ ଥିଲା । ସେ ଉଚ୍ଚ ବେତନ ପାଉଥିଲେ ବି ନୀଚ୍ଚ କାମ କରି ଫସିଛନ୍ତି । ଏ ଘଟଣା କେନରି ୱାର୍ଫରେ ଥିବା ସିଟିବ୍ୟାଙ୍କ ୟୁରୋପୀୟ ମୁଖ୍ୟାଳୟରୁ ଆସିଛି। ଲଣ୍ଡନରେ ଥିବା ଏକ ଅଫିସ କ୍ୟାଣ୍ଟିନରୁ ସାଣ୍ଡୱିଚ୍ ଚୋରି କରିଥିବାରୁ ଭାରତୀୟ ବ୍ୟାଙ୍କର ପାରସ ଶାହାଙ୍କୁ ଚାକିରିରୁ ବରଖାସ୍ତ କରିଦିଆଯାଇଛି।
ଶାହା ୨୦୧୦ରେ ବାଥ ବିଶ୍ୱବିଦ୍ୟାଳୟରୁ ଅର୍ଥନୀତିରେ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ଏଚ୍ଏସ୍ବିସିର ଫିକ୍ସଡ ଇନକମ ଟ୍ରେଡିଂ ବିଭାଗରେ ଥିଲେ। ପରେ ୨୦୧୭ରେ ସିଟିବ୍ୟାଙ୍କ ଗ୍ରୁପରେ ସେ ଯୋଗ ଦେଇଥିଲେ। ପାରସ ଶାହାଙ୍କ ବାର୍ଷିକ ଦରମା ପ୍ରାୟ ୯.୨ କୋଟି ଟଙ୍କା ଥିଲା। ତାସତ୍ତ୍ୱେ ତାଙ୍କର ଏପରି କାର୍ଯ୍ୟକୁ ନିନ୍ଦା କରାଯିବା ସହ ବରଖାସ୍ତ କରାଯାଇଛି ।
Powered by Froala Editor