ସୋର ସବ୍ଜେଲ୍ରୁ କଏଦୀ ଫେରାର
ସୋର: ସବ୍ଜେଲ୍ରୁ ଜଣେ ବିଚାରଧୀନ କଏଦୀ ଫେରାର । ବାଲେଶ୍ୱର ଜିଲ୍ଲା ସୋର ସବ୍ଜେଲ୍ରୁ ଫେରାର ହୋଇଯାଇଛନ୍ତି କଏଦୀ ସତ୍ୟଜିତ ମଲ୍ଲିକ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।
ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ବିଦେଇପୁର ସତ୍ୟଜିତ ମଲ୍ଲିକ ଗତ କିଛିଦିନ ଧରି ଭଦ୍ରକ ଜେଲରୁ ସୋର ଜେଲକୁ ଆସିଥିଲା କ୍ଷ ଅଭିଯୁକ୍ତ ସତ୍ୟଜିତ ରବିବାର ସନ୍ଧ୍ୟା ୫ ଟା ୩୦ ମିନିଟରେ ସୋର ସବ ଜେଲରୁ ପାଚେରୀ ଡେଇଁ ଫେରାର ହୋଇଯାଇଛି କ୍ଷ ସବ ଜେଲ କର୍ମଚାରୀ ଗତ ରାତି ସାରା ବିଭିନ୍ନ ସ୍ଥାନରେ ଖୋଜି ସତ୍ୟଜିତକୁ ନପାଇ ନିରାଶ ହୋଇଛନ୍ତି ।ଏନେଇ ସୋର ସବ ଜେଲର ବୈଲୋଚନ ଦାସ ସୋର ଥାନରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି କ୍ଷ ଭଦ୍ରକ ଜିଲ୍ଳା କସିଆ ଥାନକ୍ଷ ଅଞ୍ଚଳରୁ ଚୋରୀ ଅଭିଯୋଗରେ ବିଚାରଧୀନ କଏଦୀ ଭାବେ ସୋର ସବ ଜେଲରେ କଏଦୀ ଭାବେ ରହିଥିଲା ।
Powered by Froala Editor