ଏମିତି ଘଟିଲା ପ୍ରଥମ ଥର : ୪ ଶିଶୁଙ୍କ ପାଇଁ ଗାଁକୁ ଆସିଲେ ଜଜ୍
ଜଣେ ଜଜ୍ କୋର୍ଟ ରୁମ୍ରେ ବସି ରାୟ ଶୁଣାଇଥାନ୍ତି । ହେଲେ କେନ୍ଦ୍ରାପଡା ଜିଲ୍ଲାର ଜଣେ ଜଜ୍ ଗାଁକୁ ଆସି ସତ କ’ଣ ନିଜେ ପରଖିଛନ୍ତି ଏବଂ ନିଷ୍ପତ୍ତି ଶୁଣାଇଛନ୍ତି । ଏ ଘଟଣା ସତରେ ବିରଳ । ପ୍ରଥମଥର ଜଣେ ଜିଲ୍ଲା ଜଜ୍ କୌଣସି ସମସ୍ୟାର ସମାଧାନ କରିବା ପାଇଁ ଗାଁରେ ପହଂଚିଛନ୍ତି । ଜଜଙ୍କ ଏହି ମହତ କାମକୁ ଖୁବ୍ ପ୍ରଶଂସା କରାଯାଇଛି ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଜିଲ୍ଲା ଚାରିପୋଖରିଆ ଗାଁର ଅମର ବାରିକଙ୍କ ଅକାଳ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ତାଙ୍କର ଚାରି ପିଲାଙ୍କୁ ଛାଡ଼ି କୁଆଡ଼େ ପଳାଇଲେ । ବାପାଙ୍କ ମୃତ୍ୟୁ ଏବଂ ମା' କୁଆଡ଼େ ଚାଲିଯିବା ପରେ ୪ ଶିଶୁ ଏବେ କେମିତି ବଂଚିବେ, ତାକୁ ନେଇ ଖବର ପ୍ରସାରିତ ହୋଇଥିଲା ।
ଏହି ଦୁଃଖଦ ଖବର କେନ୍ଦ୍ରାପଡ଼ା ଜିଲ୍ଲା ଆଇନ୍ ପ୍ରାଧିକରଣ ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ବିଶ୍ୱଜିତ୍ ମହାନ୍ତିଙ୍କୁ ପ୍ରଭାବିତ କରିଥିଲା । ଆଉ ତୁରନ୍ତ ପରିବାର କେମିତି ସହାୟତା ପାଇବେ, ସେଥିପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବ ତଥା ଜଜ୍ ସୁମିତ୍ରା ସାହୁଙ୍କୁ ଚାରିପୋଖରିଆ ଗାଁକୁ ପଠାଇଥିଲେ । ଜଜ୍ ସୁମିତ୍ରା ଗାଁରେ ପହଂଚି ପ୍ରତିଟି ସମସ୍ୟା ପଚାରି ବୁଝିଥିଲେ । ଶିଶୁଙ୍କ ପରିବାରକୁ ତୁରନ୍ତ ଭୂମିହୀନ ଜାଗା ଓ ଘର ଯୋଗାଇ ଦେବାକୁ ଜଜ୍ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ସେହି ସ୍ଥାନରେ ଶିଶୁମାନଙ୍କ ପାଇଁ ବ୍ୟାଙ୍କରେ ଆକାଉଂଟ ମଧ୍ୟ ଖୋଲାଯାଇଛି ।
Powered by Froala Editor