କାର୍ୟ୍ୟରେ ଅବହେଳା ଅଭିଯୋଗ: ୬ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନିର୍ଦେଶ ଦେଲେ ଶିକ୍ଷା ଅଧିକାରୀ
ବଣାଇ: ୬ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟରେ ଅବହେଳା ଅଭିଯୋଗ ହୋଇଛି। ଲହୁଣିପଡ଼ା ବ୍ଲକ ଭୁତୁଡ଼ା ହାଇସ୍କୁଲର ୬ ଶିକ୍ଷକଙ୍କ ନାମରେ ଅଭିଯୋଗ କରାଯାଇଛି। ୬ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ନିର୍ଦେଶ ଦିଆଯାଇଛି।
ଏହି ୬ଜଣ ଶିକ୍ଷକ ବିଳମ୍ବରେ ସ୍କୁଲକୁ ଆସୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପରେ ଉପଜିଲାପାଳ ଏହି ଶିକ୍ଷକମାନଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ଉପଜିଲାପାଳଙ୍କ ନିର୍ଦେଶ ମିଳିବା ପରେ ଜିଲା ଶିକ୍ଷା ଅଧିକାରୀ ଲହୁଣିପଡ଼ା ବ୍ଲକ ଭୁତୁଡ଼ା ହାଇସ୍କୁଲର ୬ ଶିକ୍ଷକଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
Powered by Froala Editor