ପାଟଣା ଜଙ୍ଗଲରେ ବାଘ ପାଦ ଚିହ୍ନ ଠାବ, ଲାଗିଲା ସିସି କ୍ୟାମେରା
ଗତ ୨ ତାରିଖରେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରହଣିଦୁମା ଗ୍ରାମର ଜଣେ ବ୍ୟକ୍ତିର ବାଘ ଆକ୍ରମଣରେ ମୃତ୍ୟୁ ଘଟିଥିବା ପ୍ରଚାର ହେଉଛି। ଜାମୁଳେଇବେଡା ସାପ୍ତାହିକ ହାଟ ସାରି କିଛି ଲୋକଙ୍କ ସାଇକେଲ ରେ ରୋହିଣିଦୁମା ଗ୍ରାମକୁ ଫେରୁଥିବା ବେଳେ ରୋହିଣିଦୁମା ଗ୍ରାମର ଅନନ୍ତ ମାଝୀ ଓରଫ ସୋରେନ (୫୨) ଙ୍କ ରକ୍ତ ଜୁଡୁବୁଡୁ ମୃତ ଶରୀର ରାସ୍ତା କଡରେ ପଡିଥିବା ଦେଖିଥିଲେ। ଏକ ମହାବଳ ବାଘ ଯାଆ ଆସ କରୁଥିବା ସ୍ଥାନୀୟ ଲୋକମାନେ କହୁଛନ୍ତି। ଏହି ମହାବଳ ବାଘଟି ଅନନ୍ତ ମାଝିକୁ ମାରି ଦେଇଥିବା ଅଭିଯୋଗ ହୋଇଛି ।
ଏ ଖବର ପ୍ରଚାର ହେବା ପରେ ପାଟଣା ବ୍ଲକ ରୋହୀଣଦୁମା ସଂଲଗ୍ନ ଅଟେଇ ସଂରକ୍ଷିତ ଜଙ୍ଗଲରେ 11 ଟି କ୍ୟାମେରା ଲଗା ଯାଇଥିବା ବେଳେ ଗତକାଲି ଲଗାଯାଇଥିବା 5 ଟି କ୍ୟାମେରା ନଜରରେ କୌଣସି ବନ୍ୟ ଜନ୍ତୁ ଲକ୍ଷ କରାଯାଇ ପାରି ନାହିଁ। ଘଟଗାଁ ସୀମା ଅଟେଇ ରେ 5 ଟି କ୍ୟାମେରା ପ୍ରାରମ୍ଭିକ ପର୍ଯ୍ୟାୟରେ ଲାଗିବ ବୋଲି ସୂଚନା ମିଳିଛି।
ତେବେ ବାଘ ଆକ୍ରମଣରେ ରୋହୀଣଦୁମାର ଅନନ୍ତ ମାଝୀ ଙ୍କ ମୃତ୍ୟ ଘଟିବା ପରିବାର ଲୋକେ ଅଭିଯୋଗ କରିଥିବା ବେଳେ ଏହାର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସି ନଥିବାରୁ ସ୍ପଷ୍ଟ ହୋଇ ପାରି ନାହିଁ। ବନବିଭାଗ ଜଙ୍ଗଲ ରେ ମହାବଳ ବାଘ ର ପାଦଚିନ୍ହ ଠାବ କରିବା ପରେ ଅଟେଇ ଜଙ୍ଗଲ ରେ ମହାବଳ ବାଘ ଥିବା ସ୍ପଷ୍ଟ ହୋଇଛି। ଦୁଇଦିନ ହେବ ବନ୍ୟ ଜନ୍ତୁ ଉପରେ ଅଭିଜ୍ଞ ବେଶେଷଜ୍ଞଙ୍କ ଦ୍ଵାରା ଅଟେଇ ଜଙ୍ଗଲ ରେ ବିଭିନ୍ନ ବୈଜ୍ଞାନିକ କୌଶଳ ଓ କ୍ୟାମେରା ଲଗାଯାଇ ବାଘର ଅବସ୍ଥିତି ଜାଣିବା ପାଇଁ ବନବିଭାଗ ଆପ୍ରାଣ ଉଦ୍ୟମ କରୁଥିବା ଦେଖାଯାଇଛି।
Powered by Froala Editor