କ୍ରାଇମ୍ବ୍ରାଞ୍ଚ ଯାଞ୍ଚ କଲା ଗୋପାଳଙ୍କ ଆକାଉଣ୍ଟ
ଭୁବନେଶ୍ବର: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଛି। କ୍ରାଇମ୍ବ୍ରାଞ୍ଚ ଟିମ୍ ଆଜି ସକାଳୁ ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ବ୍ରହ୍ମପୁରର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ଶିଳ୍ପାଂଚଳସ୍ଥିତ ଘରକୁ ବ୍ୟାଙ୍କ ପାସବୁକ୍ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଛନ୍ତି। ଗୋପାଳର ପତ୍ନୀ ଜୟନ୍ତୀ ଦାସ ଓ ପୁତୁରାକୁ କ୍ରାଇମବ୍ରାଞ୍ଚର ୪ ଜଣିଆ ଟିମ୍ ପଚରାଉଚରା କରିଛନ୍ତି।
ସେହିପରି କ୍ରାଇମ୍ବ୍ରାଞ୍ଚ ଆଜି ବ୍ରହ୍ମପୁର ବସ୍ଷ୍ଟାଣ୍ଡକୁ ଯାଇଥିଲେ। ବ୍ରହ୍ମପୁରରୁ ଝାରସୁଗୁଡ଼ା ଚଳାଚଳ କରୁଥିବା ବସ୍ରେ କାର୍ୟ୍ୟରତ ଡ୍ରାଇଭର ଓ ହେଲ୍ପରଙ୍କୁ ପଚରାଉଚରା କରିଥିଲେ। ସେମାନେ ଗୋପାଳ ସଂପର୍କରେ ମଧ୍ୟ ପଚରାଉଚରା କରିଥିବା ଜଣାଯାଇଛି। ଶେଷରେ କ୍ରାଇମବ୍ରାଞ୍ଚ ଟିମ୍ ଗୋପାଳର ଘରୁ ଜବତ ହୋଇଥିବା ପାସ୍ବୁକ ଆଧାରରେ ଏମ୍କେସିଜି ପରିସରରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କକୁ ଯାଇ ଆକାଉଣ୍ଟ ସଂପର୍କିତ ତଥ୍ୟ ହାସଲ କରିଥିଲେ।ନବ ଦାସ ହତ୍ୟା ଘଟଣା ନେଇ ଜଷ୍ଟିସ ଜେପି ଦାସଙ୍କ ସିଡିଏସ୍ଥିତ ଘରକୁ ଏଡିଜି ଅରୁଣ ବୋଥ୍ରା ଯାଇଥିଲେ। ସେ ଜଷ୍ଟିସ ଜେପି ଦାସଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା।ସୂଚନାଯୋଗ୍ୟ, ନବ ଦାସଙ୍କୁ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଅଭିଯୁକ୍ତ ଗୋପାଳ ଦାସକୁ ୪ ଦିନିଆ ରିମାଣ୍ଡରେ ନେଇଛି। ଏହି ରିମାଣ୍ଡ ଅବଧି ଆଜି ସରିବ।
Powered by Froala Editor