Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, August 30, 2025, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ...

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ...

  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ...

  • ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ...

  • ପୂର୍ବତନ ବାଚସ୍ପତି ଆଣ୍ଡ୍ରି ...

  • ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ...

  • ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ...

  • ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

  • କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ...

  • ଦୈନିକ ପିଅନ୍ତୁ ଏହି ଜୁସ୍‌

ଦେଶ-ଦେଶାନ୍ତର
Home ›› ଦେଶ-ଦେଶାନ୍ତର ››ଏମିତି ଏକ ଭାରତ ଗଠନ ହେଉ ଯେଉଁଠି ଗରିବୀ ନଥାଉ:ରାଷ୍ଟ୍ରପତି

ଏମିତି ଏକ ଭାରତ ଗଠନ ହେଉ ଯେଉଁଠି ଗରିବୀ ନଥାଉ:ରାଷ୍ଟ୍ରପତି

2023-01-31 08:26:04
15846
Share:
Facebook
Twitter
E-Mail
WhatsApp
Telegram
ଏମିତି ଏକ ଭାରତ ଗଠନ ହେଉ ଯେଉଁଠି ଗରିବୀ ନଥାଉ:ରାଷ୍ଟ୍ରପତି

ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ ।  ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦରେ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଅଭିଭାଷଣ ।  ଭାରତ ସ୍ୱାଧୀନତାର ୭୫ ବର୍ଷ ପୂରା କରିଥିବା ବେଳେ ଆଜାଦୀର ଅମୃତ କାଳରେ ପ୍ରବେଶ କରିଛି । ଏଥିରେ ଭାରତର ଗୌରବମୟ ଇତିହାସ ରହିଛି ଏବଂ ସ୍ୱର୍ଣ୍ଣିମ ଭବିଷ୍ୟତର ସଂକଳ୍ପ ରହିଛି । ଅମୃତ କାଳର ଏହି ୨୫ ବର୍ଷ ସମୟ ବିକଶିତ ଭାରତର ସମୟ । ନୂଆ ଭାରତ ନିର୍ମାଣର ଅବସର । ଆଉ ଏଥିପାଇଁ ଆମ ସମସ୍ତଙ୍କୁ ଏକ ହୋଇ କାମ କରିବାକୁ ହେବ । ଆମକୁ ୨୦୪୭ ସୁଦ୍ଧା ଏମିତି ଏକ ଭାରତ ଗଠନ କରିବାକୁ ହେବ ଯାହା ଅତୀତର ଗୌରବ ସହ ଜଡିତ ଥିବ ଏବଂ ଯେଉଁଠି ଆଧୁନିକତାର ସମସ୍ତ ସ୍ୱର୍ଣ୍ଣିମ ଅଧ୍ୟାୟ ରହିଥିବ । ଆମକୁ ଆତ୍ମନିର୍ଭର ଭାରତ ଗଠନ କରିବାକୁ ହେବ । ଏମିତି ଏକ ଭାରତ ଗଠନ ହେଉ ଯେଉଁଠି ଗରିବୀ ନଥାଉ, ମଧ୍ୟମ ବର୍ଗ ମଧ୍ୟ ବୈଭବଶାଳୀ ହୁଅନ୍ତୁ । ଯୁବଶକ୍ତି ଓ ନାରୀଶକ୍ତି ଦେଶକୁ ଦିଶା ଦେଖାଇବା ଦିଗରେ ସବୁଠୁ ଆଗରେ ଛିଡା ହୁଅନ୍ତୁ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ।  

ଶିଳ୍ପ ଠାରୁ ସେନା ପର୍ୟ୍ୟନ୍ତ ସବୁଠି ମହିଳାଙ୍କୁ ଧ୍ୟାନ ଦିଆଯାଇଛି  । ସରକାର ମାତୃତ୍ୱ ଛୁଟିକୁ  ୨୬ ସପ୍ତାହ କରିଛନ୍ତି । ମୁଦ୍ରା ଯୋଜନାରେ ମହିଳାଙ୍କ ଭାଗୀଦାରୀ ବଢିଛି  । ଜନଧନ ଯୋଜନା ଠାରୁ ପ୍ରଧାନମନ୍ତ୍ରୀ  ଆବାସ ଯୋଜନାରେ ମିଳୁଥିବା ଘର ମହିଳାଙ୍କ ନାମରେ କରାଯାଉଛି  । ଯଦ୍ୱାରା ସେମାନଙ୍କ ସାହାସ ବୃଦ୍ଧି ଘଟୁଛି  । ଦେଶରେ ୮୦ ଲକ୍ଷରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ କାମ କରୁଛନ୍ତି  । ଯେଉଁଥିରେ ୯ କୋଟି ମହିଳା ଯୋଡି ହୋଇ ରହିଛନ୍ତି  । ଆମର ବିକାଶ ଆକାଶ ଛୁଇଁବାକୁ ଯାଉଛି  । ଆଜି ଦେଶରେ ଅଯୋଧ୍ୟା ଧାମର ନିର୍ମାଣ ଚାଲୁଛି  । ସେପଟେ ଆଧୁନିକ ସଂସଦ ଭବନ ମଧ୍ୟ ନିର୍ମାଣ ଚାଲିଛି  । ଆମେ ପରମ୍ପରା ଏବଂ ବିକାଶ ସହିତ ଏକତ୍ର ଯାତ୍ରା କରୁଛେ  । ଗୋଟିଏ ପକ୍ଷରେ କେଦାରନାଥ ଓକାଶୀନାଥରେ ମହାକାଳ ଧାମର ବିକାଶ ଓ ଅନ୍ୟପଟେ ପ୍ରତି ଜିଲ୍ଲାରେ ମେଡିକାଲ କଲେଜ ନିର୍ମାଣ କରୁଛେ  ।

ଏମିତି ଭାରତ ଗଠନ ହେଉ ଯାହାର ବିବିଧତା ଆହୁରି ଉଜ୍ଜ୍ୱଳ ହେଉ ଏବଂ ଏକତା ଆହୁରି ଶକ୍ତିଶାଳୀ ହେଉ । ଅମୃତ କାଳର ଏହି ସମୟ ଦେଶବାସୀଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ସବକା ସାଥ, ସବକା ବିକାଶରୁ ସରକାର ଯାତ୍ରା ଆରମ୍ଭ କରିଥିବା ବେଳେ ଏବେ ଏଥିରେ ସବକା ବିଶ୍ୱାସ ଓ ସବକା ପ୍ରୟାସ ଯୋଡି ହୋଇଛି । ଆଉ ଏହି ମନ୍ତ୍ର ହିଁ ବିକଶିତ ଭାରତର ପ୍ରେରଣା ପାଲଟିଛି ।ଏହି ସରକାରରେ ଅନେକ ସକରାତ୍ମକ ପରିବର୍ତ୍ତନ ଦେଖିଛନ୍ତି ଭାରତବାସୀ । ସବୁ ଭାରତୀୟଙ୍କ ଆତ୍ମବିଶ୍ୱାସ ଏବେ ଶୀର୍ଷରେ ପହଞ୍ଚିଛି । ଭାରତ ପ୍ରତି ବିଶ୍ୱର ଆଭିମୁଖ୍ୟ ମଧ୍ୟ ବଦଳିଛି । ଯେଉଁ ଭାରତ ପୂର୍ବରୁ ନିଜର ସମସ୍ୟା ପାଇଁ ଅନ୍ୟଙ୍କ ଉପରେ ନିର୍ଭରଶୀଳ ଥିଲା ଏବେ ସେହି ଭାରତ ବିଶ୍ୱ ସମସ୍ୟାର ସମାଧାନର ମାଧ୍ୟମ ପାଲଟିଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ।  

ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବ। ଫେବ୍ରୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ। ପରେ ତାହା ରାଜ୍ୟସଭାରେ ଆଗତ କରାଯିବ। ଗତ ଦୁଇଥର ଭଳି ଏଥର ମଧ୍ୟ ବଜେଟ କାଗଜ ବିହୀନ ହେବ। ‘କେନ୍ଦ୍ର ବଜେଟ ମୋବାଇଲ ଆପ୍‌’ରେ ଏହା ଉପଲବ୍ଧ ହେବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ।

Powered by Froala Editor

Tags president

Related articles Odisha News Lens 4.1

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ
    ବିଶେଷ

    ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    13768
    Aug 30, 2025
  • ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି
    ଦେଶ-ଦେଶାନ୍ତର

    ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି

    14358
    Aug 30, 2025
  • କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ...
    ଦେଶ-ଦେଶାନ୍ତର

    କାନାଡା ନୂତନ ରାଷ୍ଟ୍ରଦୂତ ଭାବେ ନିଯୁକ୍ତ ହେଲେ ଆଇଏଫଏସ୍‌ର ବରିଷ୍ଠ ଅଧିକାରୀ ଦିନେଶ ...

    13715
    Aug 29, 2025
  •  ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା

    13332
    Aug 30, 2025
  • ବିହାର ମୁଖ୍ୟମନ୍ତ୍ରୀଙ୍କ  ବଡ ଘୋଷଣା, ଜାଣନ୍ତୁ କ’ଣ?
    ଦେଶ-ଦେଶାନ୍ତର

    ବିହାର ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ଜାଣନ୍ତୁ କ’ଣ?

    14323
    Aug 29, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌
    ବିଶେଷ

    ଦୈନିକ ପିଅନ୍ତୁ ଏହି ଜୁସ୍‌

    14647
    Aug 28, 2025
  • ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ
    ଦେଶ-ଦେଶାନ୍ତର

    ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

    14184
    Aug 29, 2025
  • ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଧନୁଷ
    ଦେଶ-ଦେଶାନ୍ତର

    ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଧନୁଷ

    15456
    Aug 30, 2025
  • କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା
    ଦେଶ-ଦେଶାନ୍ତର

    କାଲକାଜୀ ମନ୍ଦିର ସେବାଦାରଙ୍କୁ ପିଟି ପିଟି ହତ୍ୟା

    13351
    Aug 30, 2025

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଦୈନିକ ପିଅନ୍ତୁ ଏହି ଜୁସ୍‌

    14647
    Aug 28, 2025
  • ଦେଶ-ଦେଶାନ୍ତର

    ଶପଥ ନେଲେ ସୁପ୍ରିମକୋର୍ଟର ୨ ନୂଆ ବିଚାରପତି

    14358
    Aug 30, 2025
  • ଦେଶ-ଦେଶାନ୍ତର

    ଚୀନରେ ପ୍ରଧାନମନ୍ତ୍ରୀ, ମୋଦୀଙ୍କୁ ଭବ୍ୟ ସ୍ୱାଗତ

    13943
    Aug 30, 2025

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    16707
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    16809
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17158
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    15625
    Apr 03, 2021

ବିଶେଷ

  • ପାର୍ଟନରଙ୍କ ସହ ଏମିତି କଲେ ହୁଏ ସମ୍ପର୍କ ନଷ୍ଟ

    13768
    Aug 30, 2025
  • ଦୈନିକ ପିଅନ୍ତୁ ଏହି ଜୁସ୍‌

    14647
    Aug 28, 2025
  • ଧରାପୃଷ୍ଠରେ ବିରାଜିଛନ୍ତି ପ୍ରଭୁ ଶ୍ରୀଗଣେଶ

    16164
    Aug 27, 2025
  • ରୋଷେଇ ଘର କୋଣରେ ତମ୍ବା ପାତ୍ରରେ ରଖନ୍ତୁ ଗଙ୍ଗାଜଳ, ସୁଧୁରିଥାଏ ଆର୍ଥିକ ପରିସ୍ଥିତି

    14326
    Aug 26, 2025
  • ପୃଥିବୀକୁ ପ୍ରଥମେ ଆସିଥିଲା ଏହି ପରିବା

    15416
    Aug 25, 2025

ବାଣିଜ୍ୟ

ଗ୍ରାମବାସୀଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲା ଉତ୍କଳ ଆଲୁମିନା ସିଏସଆର

ରାୟଗଡା , 28 /8; ଉତ୍କଳ ଆଲୁମିନା, ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଆଦିତ୍ୟ ବିର୍ଲା ଗୃପର ସହଯୋଗୀ କମ୍ପାନୀ ପକ୍ଷରୁ ସିଏସଆର ଜରିଆରେ ଗ୍ରାମାଞ୍ଚଳରେ ବିଭିନ୍ନ ସାମାଜିକ ଓ ଅର୍ଥନୈତିକ ଭିତ୍ତିଭୂମି ବିକାଶ ମୂଳକ କାର୍ଯ୍ୟ ...

  • ହିଣ୍ଡାଲ୍କୋ ମିନାକ୍ଷୀ କୋଇଲା ଖଣି ପକ୍ଷରୁ ଛାତ୍ରଛାତ୍ରୀଙ୍କ ପାଇଁ ଦନ୍ତ ସଚେତନତା ଶିବିର ଅନୁଷ୍ଠିତ

    15198
    Aug 19, 2025
  • ଭାସମଲ ବିଦ୍ୟା ବାଲାନ୍ଙ୍କ ସହିତ ନୂଆ ହେନ୍ନା କ୍ରିମେ ହେୟାର କଲର ଟିଭିସିର ଶୁଭାରମ୍ଭ କରିଛି

    15681
    Aug 10, 2025
  • ହିମାଳୟ ବେବିକେୟାର ବିଶ୍ୱ ସ୍ତନ୍ୟପାନ ସପ୍ତାହ ନିମନ୍ତେ ଶୁଭାରମ୍ଭ କଲା #ହରକଦମହରମାକେସାଥ୍ ଅଭିଯାନ

    14778
    Aug 06, 2025
  • ଇଫ୍‌କୋ ଚେୟାରମ୍ୟାନ ଶ୍ରୀ ଦିଲୀପ ସଂଘାନିଙ୍କ ଘୋଷଣା; ଇଫ୍‌କୋର ନୂତନ ମ୍ୟାନେଜିଂ ଡାଇରେକ୍ଟର ହେଲେ ଶ୍ରୀ କେ ଜେ ପଟେଲ

    14591
    Aug 01, 2025

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଦୈନିକ ପିଅନ୍ତୁ ଏହି ଜୁସ୍‌

    14647
    Aug 28, 2025
  • ଏହି ସହର ମହିଳାଙ୍କ ପାଇଁ ସୁରକ୍ଷିତ

    14184
    Aug 29, 2025
  • ପୂର୍ବତନ ବାଚସ୍ପତି ଆଣ୍ଡ୍ରି ପାରୁବୀଙ୍କୁ ଗୁଳି କରି ହତ୍ୟା

    13332
    Aug 30, 2025

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In