ରାଷ୍ଟ୍ରପତିଙ୍କ ସମ୍ବୋଧନ:୨୦୪୭ ସୁଦ୍ଧା ବିକାଶର ଶୀର୍ଷରେ ପହଞ୍ଚିବ ଦେଶ
ନୂଆଦିଲ୍ଲୀ: ସଂସଦରେ ବଜେଟ୍ ଅଧିବେଶନ ଆରମ୍ଭ । ମୋଦି ସରକାରଙ୍କ ଦ୍ବିତୀୟ ପାଳରେ ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ମିଳିତ ଅଧିବେଶନକୁ ସମ୍ବୋଧିତ କରୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସଂସଦରେ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଅଭିଭାଷଣ ।
ବର୍ତ୍ତମାନ ଭାରତରେ ଏକ ସ୍ଥିର ଓ ନିର୍ଣ୍ଣାୟକ ସରକାର ଚାଲିଛି । ବିକାଶ ସହିତ ବଢ଼ୁଛି ସରକାର । ସବକା ସାଥ୍ ସବକା ବିକାଶରେ ଆଗେଇ ଚାଲିଛି ଦେଶ । ୨୦୪୭ ସୁଦ୍ଧା ବିକାଶର ଶୀର୍ଷରେ ପହଞ୍ଚିବ ଦେଶ। ବିଶ୍ବ ଅର୍ଥନୀତିରେ ଭାରତ ପଞ୍ଚମ ସ୍ଥାନରେ ରହିଛି । ନରେନ୍ଦ୍ର ମୋଦିଙ୍କ ସରକାର ଆତଙ୍କବାଦୀଙ୍କୁ ଦୃଢ ଜବାବ ଦେଉଛି । ଏହି ସରକାର ଭଷ୍ଟ୍ରାଚାର ବିରୋଧୀ । ସର୍ଜିକାଲ୍ ଷ୍ଟ୍ରାଇକ୍ ଆତଙ୍କବାଦୀ ଉପରେ କଠୋର ପ୍ରହାର କରିଛି । ଏଲଓସିରୁ ଏଲଏସି ପର୍ୟ୍ୟନ୍ତ ଶତ୍ରୁକୁ ସବୁଠି ମୁଁହତୋଡ଼ ଜବାବ ଦିଆଉଛି ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ।
ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବ। ଫେବ୍ରୁଆରୀ ୧ ତାରିଖ ପୂର୍ବାହ୍ନ ୧୧ଟାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଆଗତ କରିବେ। ପରେ ତାହା ରାଜ୍ୟସଭାରେ ଆଗତ କରାଯିବ। ଗତ ଦୁଇଥର ଭଳି ଏଥର ମଧ୍ୟ ବଜେଟ କାଗଜ ବିହୀନ ହେବ। ‘କେନ୍ଦ୍ର ବଜେଟ ମୋବାଇଲ ଆପ୍’ରେ ଏହା ଉପଲବ୍ଧ ହେବ। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ପୂର୍ଣ୍ଣାଙ୍ଗ ବଜେଟ।
Powered by Froala Editor