ମୋଗଲ ଗାର୍ଡେନର ନାଁ ପରିବର୍ତ୍ତନକୁ ସମର୍ଥନ କଲେ ଶୁଭେନ୍ଦୁ
ରାଷ୍ଟ୍ରପତି ଭବନର ମୋଗଲ ଗାର୍ଡେନର ନାଁ ପରିବର୍ତ୍ତନ କରାଯାଇ ଏହାର ନାଁ ‘ଅମୃତ ଉଦ୍ୟାନ’ ରଖାଯାଇଛି। ଏଭଳି ଐତିହାସିକ ନାଁକୁ କେନ୍ଦ୍ର ସରକାର ବଦଳାଇବାରୁ ବିରୋଧୀ ଏହାର ବିରୋଧ କରିବା ଆରମ୍ଭ କରିଛନ୍ତି। ହେଲେ ବିଜେପି ଏହି ପଦକ୍ଷେପକୁ ସଠିକ ବୋଲି କହିଛି।
ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ଯେ ମୋଗଲଙ୍କ ନାମରେ ନାମିତ ସ୍ଥାନଗୁଡିକ ଚିହ୍ନଟ କରାଯାଇ ଏହାର ପୁନଃନାମକରଣ କରାଯିବା ଉଚିତ। “ସେମାନେ (ମୋଗଲ) ଏତେ ସଂଖ୍ୟକ ହିନ୍ଦୁଙ୍କୁ ହତ୍ୟା କରିଥିଲେ ଏବଂ ମନ୍ଦିରଗୁଡିକୁ ନଷ୍ଟ କରିଦେଇଥିଲେ। ସେମାନଙ୍କ ନାମରେ ନାମିତ ସମସ୍ତ ସ୍ଥାନ ଚିହ୍ନଟ କରାଯାଇ ନାମକରଣ କରାଯିବା ଉଚିତ। ଯଦି ପଶ୍ଚିମବଙ୍ଗରେ ବିଜେପି କ୍ଷମତାକୁ ଆସେ ତେବେ ଆମେ ଏକ ସପ୍ତାହ ମଧ୍ୟରେ ସମସ୍ତ ବ୍ରିଟିଶ ଏବଂ ମୋଗଲ ନାମ ହଟାଇବୁ।”
ଗତକାଲି କେନ୍ଦ୍ରସରକାର ନୂଆଦିଲ୍ଲୀର ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନର ନାମ ପରିବର୍ତ୍ତନ କରିଛନ୍ତି। ଏହାକୁ ଅମୃତ ଉଦ୍ୟାନ ନାମରେ ନାମିତ କରିଛନ୍ତି କେନ୍ଦ୍ର ସରକାର ।
Powered by Froala Editor