ପକ୍ଷୀ ପାଇଁ ଅଟକିଲା ଏୟାର ଏସିଆ ବିମାନ
ରବିବାର ଲକ୍ଷ୍ନୌରୁ ଏୟାରଏସିଆ ବିମାନ ଉଡ଼ାଣ କରିବା ପରେ ବିମାନରେ ପକ୍ଷୀ ମାଡ ହେବାରୁ ବିମାନଟି ଲକ୍ଷ୍ନୌ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିବା ଜଣାପଡ଼ିଛି। ବିମାନରେ ୧୮୦ ଜଣ ଯାତ୍ରୀ ଥିଲେ।
ସକାଳ ୧୦.୫୫ରେ ଲକ୍ଷ୍ନୌରୁ କୋଲକାତା ଅଭିମୁଖେ ବିମାନଟି ରନୱେରେ ପହଞ୍ଚି ବେଗ ହାସଲ କରିବା ଆରମ୍ଭ କରିବାବେଳେ ବିମାନର ଇଞ୍ଜିନରେ ଏକ ପକ୍ଷୀ ମାଡ଼ ହୋଇଥିଲା। ସତର୍କତା ଅବଲମ୍ବନ କରି ପାଇଲଟ ତୁରନ୍ତ ବିମାନଟିକୁ ରନୱେରେ ଅଟକାଇ ବିମାନବନ୍ଦର ପ୍ରଶାସନକୁ ସତର୍କ କରାଇଥିଲେ। ସୁରକ୍ଷା ବାହିନୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ଯାତ୍ରୀମାନେ ବିମାନରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।
ସୂଚନାଯୋଗ୍ୟ, ଚୌଧୁରୀ ଚରଣ ସିଂ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିକଟରେ ଏୟାର ଏସିଆ ବିମାନ ସେବା ଆରମ୍ଭ କରିଛି। ଏହି ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ବିମାନରେ ପଠାଇବା ପାଇଁ ଏୟାର ଏସିଆ ବ୍ୟବସ୍ଥା କରିଛି।
Powered by Froala Editor