ଗୁଗୁଲ୍, ମାଇକ୍ରୋସଫ୍ଟ ପରେ ଛଟେଇ କରିବ ସ୍ପୋଟିଫାଏ

ମାନ୍ଦାବସ୍ଥା ହେତୁ ୬% କର୍ମଚାରୀଙ୍କୁ ଛଟେଇ କରିବ ମ୍ୟୁଜିକ୍ ଷ୍ଟ୍ରିମିଂ କମ୍ପାନି ସ୍ପୋଟିଫାଏ। କମ୍ପାନି ସୋମବାର ଏହି ସୂଚନା ଦେଇଛି। ଏହାପୂର୍ବରୁ ପ୍ରମୁଖ ସଫ୍ଟୱେର୍ କମ୍ପାନି ମାଇକ୍ରୋସଫ୍ଟ ବ୍ୟତୀତ ଗୁଗୁଲ୍ ଏବଂ ଖାଦ୍ୟ ବିତରଣ କମ୍ପାନି ଜୋମାଟୋ ମଧ୍ୟ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନେଇଥିଲା। ମାଇକ୍ରୋସଫ୍ଟ ୧୦,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କହିଥିବା ବେଳେ ମାନ୍ଦାବସ୍ଥା ଏହାର ପ୍ରମୁଖ କାରଣ ବୋଲି କହିଛି। ଏହା ସହ ଗୁଗୁଲ୍ ଚଳାଉଥିବା ଆମେରିକୀୟ କମ୍ପାନି ଆଲଫାବେଟ୍ ମଧ୍ୟ ୧୨,୦୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି। କରୋନା ପରେ ମାନ୍ଦାବସ୍ଥା ବଢ଼ୁଥିବା ଦେଖି ଅନେକ ବଡ଼ ବଡ଼ କମ୍ପାନି ନିଜ କର୍ମଚାରୀଙ୍କୁ ଛଟେଇ କରୁଥିବା ବେଳେ ଏବେ ଏଥିରେ ସାମିଲ ହୋଇଛି ସ୍ପଟିଫାଏ।
Powered by Froala Editor