କାବୁଲରେ ପ୍ରବଳ ଶୀତ , ୭୮ମୃତ

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ପ୍ରବଳ ଶୀତ ଲହରି ଜାରି ରହିଛି । ଶୀତ ଲହରି ପାଇଁ ସପ୍ତାହକ ମଧ୍ୟରେ କାବୁଲରେ ପ୍ରାୟ ୭୮ ଲୋକଙ୍କ ମୃତ୍ୟୁ ହେଲାଣି । ତାଲିବାନ ନେତୃତ୍ୱାଧୀନ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରାଳୟ ଦ୍ୱାରା ପ୍ରାୟ ୧୦ଲକ୍ଷ ପ୍ରଭାବିତ ଲୋକଙ୍କୁ ଖାଦ୍ୟ ଏବଂ ଆର୍ଥିକ ସହାୟତା ଦିଆଯାଇଛି । କାବୁଲର ଶିଲା ନାମକ ଜଣେ ମହିଳା ୧୦ଟି ପିଲାର ମା’ । ଶିଲା କହିଛନ୍ତି, ଘରେ ହିଟର ନାହିଁ ।
ଘର ଉଷୁମ କରିବାପାଇଁ କାଠ କିଣିବା ପାଇଁ ବି ଆମ ପାଖରେ ଟଙ୍କା ନାହିଁ । ଆମେ ସମସ୍ତେ ଗୋଟିଏ କମ୍ବଳ ତଳେ ଶୋଉଛୁ । କାବୁଲରେ ପ୍ରବଳ ଶୀତ ପାଇଁ ମାନବୀୟ ସଙ୍କଟ ଦେଖାଯାଇଛି । ମଙ୍ଗଳବାର ପ୍ରାୟ ୨୦୦ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଘର ଉଷୁମ କରିବା ପାଇଁ ସେମାନେ ଗ୍ୟାସ ବ୍ୟବହାର କରୁଥିବାରୁ ଏହାଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ।
Powered by Froala Editor