ବୋଲ୍ଟଙ୍କୁ ଝଟକା : ଜମା ଖାତାରୁ ଉଡ଼ିଗଲା ୧୦୦ କୋଟି

ବିଶ୍ବର ସବୁଠାରୁ ଦ୍ରୁତତମ ଧାବକ ଉସେନ ବୋଲ୍ଟଙ୍କ ଜମା ଖାତାରୁ ୧୦୦କୋଟି ଟଙ୍କା ଚୋରି ହୋଇଯାଇଥିବା ଜଣାପଡ଼ିଛି। ସ୍ୱର୍ଣ୍ଣ ପଦକ ବିଜେତା ଉସେନ୍ ବୋଲ୍ଟ ୧୨.୭ମିଲିୟନ୍ ଡଲାର୍ (୧୦୦ କୋଟି ଟଙ୍କା) ହରାଇଛନ୍ତି। ଏହି ଟଙ୍କା ଜାମାଇକର ଏକ ନିବେଶ ସଂସ୍ଥାର ଆକାଉଣ୍ଟରେ ଥିଲା। ବୋଲ୍ଟ ଏହି ଘଟଣାକୁ ନେଇ କୋର୍ଟରେ ଦ୍ବାରସ୍ଥ ହୋଇପାରନ୍ତି ବୋଲି କୁହାଯାଉଛି। ଆର୍ଥିକ ସେବା ଆୟୋଗ (ଓଏସସି) କହିଛନ୍ତି ଯେ ଏହି ଘଟଣାର ତଦନ୍ତ କରାଯାଉଛି।
କିଙ୍ଗଷ୍ଟନ ସ୍ଥିତ ଷ୍ଟକ୍ସ ଆଣ୍ଡ ସିକ୍ୟୁରିଟିଜ (ଏସଏସଏଲ)ରେ ବୋଲ୍ଟଙ୍କର ଆକାଉଣ୍ଟ ରହିଥିଲା । ମାତ୍ର ବ୍ୟାଙ୍କରେ ତାଙ୍କର ଆକାଉଣ୍ଟ ବାଲାନ୍ସ ହଠାତ୍ ହ୍ରାସ ପାଇ ମାତ୍ର ୧୨ ହଜାର ଡଲାରେ ପହଞ୍ଚି ଯାଇଥିଲା । ଏ ବାବଦରେ ତାଙ୍କର ଓକିଲ ସୂଚନା ଦେଇଛନ୍ତି । ତେବେ ଯଦି ଫାର୍ମ ବୋଲ୍ଟଙ୍କ ଅର୍ଥ ଫେରାଇବାକୁ ଅଗ୍ରାହ୍ୟ ପ୍ରକାଶ କରେ, ତେବେ ମୁସ୍କିଲ ସହିତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଓକିଲଙ୍କ ବୟାନ ପରେ ବୋଲ୍ଟ ଟ୍ୱିଟ କରି ନିଜର ପ୍ରତିକ୍ରିୟା ଦେଇଛନ୍ତି । ନିଜର ଅଫିସିଆଲ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପୂର୍ବତନ ଅଲିମ୍ପିକ ପଦକ ବିଜେତା ଏକ ଫଟୋ ପୋଷ୍ଟ କରିଛନ୍ତି । ଅନ୍ୟପକ୍ଷରେ ଜାମାଇକା ପକ୍ଷରୁ ଏହି ମାମଲାର ଯାଞ୍ଚ ଆରମ୍ଭ କରାଯାଇଛି ।
Powered by Froala Editor