ଟ୍ରାଫିକ୍ରେ ଯବତୀଙ୍କୁ ଚାପୁଡା ଉପରେ ଚାପୁଡା ମାରିଲେ ଯୁବକ

ରାସ୍ତାରେ ଦାଦାଗିରି । ଜଣେ ଯୁବତୀଙ୍କୁ କାର୍ରୁ ଟାଣି ଆଣି ରାସ୍ତାରେ ଚାପୁଡା ଉପରେ ଚାପୁଡା ମାରିଲେ ଯୁବକ । ଏଭଳି ଘଟଣା ଘଟିଛି ଗୁରୁଗ୍ରାମର ଏମଡିଆଇ ଚୌକରେ। ଏହି ଘଟଣାକୁ ନେଇ ଯୁବତୀଜଣକ ପୁଲିସରେ ଅଭିଯୋଗ କରିଛନ୍ତି। ଯୁବତୀଙ୍କ କହିବାନୁଯାୟୀ, ଅଭିଯୁକ୍ତ ଏମଡିଆଇ ଚୌକ ନିକଟରେ ମୋ କାରକୁ ଅତିକ୍ରମ କରିବା ପରେ ନିଜ ଗାଡିକୁ ମୋ କାର ଆଗରେ ରଖିଥିଲେ। ଏହା ପରେ ମୋତେ କାରରୁ ଟାଣି ଆଣି ଚାପୁଡ଼ା ମାରିଥିଲା। ସେ ମୋତେ ହତ୍ୟା ଧମକ ଦେଇ କହିଥିଲେ ଯେ, ସେ ମୋ ଘରକୁ ଆସିବେ ଏବଂ ମୋତେ ପୁଣି ପିଟିବେ। ଲୋକମାନେ ଏକତ୍ରିତ ହେବା ପରେ ଉକ୍ତ ବ୍ୟକ୍ତିଜଣକ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ବୋଲି ଯୁବତୀଜଣକ କହିଛନ୍ତି।
Powered by Froala Editor