ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ ଘୋଷାରି ନେଲା କାର

ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲଙ୍କୁ ଜଣେ କାର ଚାଳକ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଛି। ଏହି ଘଟଣା ଏମ୍ସ ନିକଟରେ ଘଟିଥିବା ଜଣାପଡ଼ିଛି। ପୁଲିସ ଏହି ମାମଲାରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତର ବଲେନୋ କାର୍କୁ ମଧ୍ୟ ପୁଲିସ ଜବତ କରିଥିବା କହିଛି। ପୁଲିସ ସୂଚନା ମୁତାବକ, ଗିରଫ ଅଭିଯୁକ୍ତ ଜଣକ ହେଲେ ୪୭ ବର୍ଷୀୟ ହରିଶ ଚନ୍ଦ୍ର । ସେ ଦିଲ୍ଲୀ ସଙ୍ଗମ ବିହାରର ବାସିନ୍ଦା।
ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିୱାଲ ଟୁଇଟ କରି କହିଛନ୍ତି, ‘ଦିଲ୍ଲୀରେ ମହିଳା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରୁଥିଲୁ। ଏହି ସମୟରେ ନିଶାଗ୍ରସ୍ତ ଥିବା ଜଣେ ଗାଡ଼ି ଚାଳକ ମୋ ସହିତ ଯୁକ୍ତିତର୍କ କରି ଦୁର୍ବ୍ୟବହାର କରିଥିଲେ। ମୁଁ ଯେତେବେଳେ ତାଙ୍କୁ ଧରିବାକୁ ଚେଷ୍ଟା କରୁଥିଲି, ସେ ଗାଡ଼ିରେ ଲାଗିଥିବା କାଚକୁ ବନ୍ଦ କରି ଦେଇଥିଲେ। ଆଉ ସେଥିରେ ମୋ ହାତ ଫସି ଯାଇଥିଲା। ଉକ୍ତ ଗାଡ଼ି ଚାଳକ ଜଣକ ଏଭଳି ଅବସ୍ଥାରେ ମୋତେ ୧୦ରୁ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲେ। ଭଗବାନଙ୍କ ଦୟାରୁ ମୁଁ ଏଭଳି ଏକ ଦୁର୍ଘଟଣାରୁ ବଞ୍ଚି ଯାଇଛି।
Powered by Froala Editor