ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି
ବିଜେପି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ନେତା ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି। ବିଜେପି କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ଉପରେ ମୋହର ଲଗାଯାଇଛି। ନିଷ୍ପତ୍ତି ଅନୁଯାୟୀ, ୨୦୨୪ ମସିହା ଜୁନ୍ ମାସ ଯାଏ ନଡ୍ଡାଙ୍କ ବିଜେପିର ଅଧ୍ୟକ୍ଷ ଭାବେ କାମ କରିବେ। ଏହାର ଅର୍ଥ ଚଳିତ ବର୍ଷ ହେବାକୁ ଥିବା ବିଭିନ୍ନ ରାଜ୍ୟର ବିଧାନସଭା ନିର୍ବାଚନ ଓ ୨୦୨୪ ମସିହା ସାଧାରଣ ନିର୍ବାଚନ ବିଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ହିଁ ଲଢ଼େଇ କରିବ।
ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବା ସମ୍ପର୍କରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିଛନ୍ତି। ଏଥିସହ ସେ କହିଛନ୍ତି, କାର୍ଯ୍ୟକାରିଣୀ ବୈଠକରେ ନଡ୍ଡାଙ୍କ ପାଇଁ ପ୍ରସ୍ତାବ ରଖାଯାଇଥିଲା। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସ୍ତାବ ଆଗତ କରିଥିବା ବେଳେ ବିଜେପିର ସମସ୍ତ ସଦସ୍ୟ ଏହାକୁ ସମ୍ମତି ଜଣାଇବା ସହ ସ୍ବୀକାର କରିଥିଲେ।
ସୂଚନାଯୋଗ୍ୟ, କାଲିଠାରୁ ଦିଲ୍ଲୀରେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ଏଥିରେ ବିଜେପି ଶାସିତ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇଥିଲେ।
Powered by Froala Editor