ଜ୍ୱାଇଁ ଥାଳିରେ ଶାଶୂ ପରଷିଦେଲେ ୧୭୩ ପ୍ରକାର ଖାଦ୍ୟ
ଜ୍ୱାଇଁ ଚର୍ଚ୍ଚା କରିବ ତ ଏମିତି । ଭୋଜନରେ ଦେବ ୧୭୩ ପ୍ରକାରର ଖାଦ୍ୟ । ହଁ ଆଜ୍ଞା । ଏକଥା ସତ ଯେ ଆନ୍ଧ୍ରବାସୀ ଜ୍ୱାଇଁ ଚର୍ଚ୍ଚାକୁ ବେଶୀ ଗୁରୁତ୍ୱ ଦିଅନ୍ତି । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାରୁ କିଛି ଏଭଳି ଆତିଥ୍ୟ ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଜିଲାର ଭୀମରବରମରେ ରହୁଥିବା ଜଣେ ବ୍ୟବସାୟୀ ଟାଟାବର୍ତୀ ବଦ୍ରି ତାଙ୍କର ହାଇଦ୍ରାବାଦ ବାସିନ୍ଦା ଜ୍ୱାଇଁ ଚାୱଲା ପୃଥ୍ବୀଗୁପ୍ତ ଏବଂ ଝିଅ ଶ୍ରୀ ହରିକାଙ୍କୁ ସଂକ୍ରାନ୍ତି ପର୍ବରେ ନିମନ୍ତ୍ରଣ କରିଥିଲେ ଏବଂ ଘରେ ସେମାନଙ୍କ ପାଇଁ ୧୭୩ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଜ୍ବାଇଁ ପାଇଁ ପ୍ରସ୍ତୁତ ହୋଇଥିବା ବିଶେଷ ଖାଦ୍ୟଗୁଡ଼ିକ ମଧ୍ୟରେ ବାଜୀ, ପୁରୀ, କଲରା, ହାଲୱା, ପାପଡ, ଆଚାର, ମିଠା ଥଣ୍ଡା ପାନୀୟ ଏବଂ ଗୋଲି ସୋଡା ଅନ୍ତର୍ଭୁକ୍ତ। ଏହି ସମସ୍ତ ଖାଦ୍ୟ ତିଆରି କରିବା ପାଇଁ ତାଙ୍କ ସ୍ତ୍ରୀ ସନ୍ଧ୍ୟାଙ୍କୁ ୪ଦିନ ଲାଗିଥିଲା। ତେବେ ଏଭଳି ଆତିଥ୍ୟ ପାଇ ଝିଅ ଜ୍ୱାଇଁଙ୍କ ମନରେ ଖୁସି କହିଲେ ନ ସରେ।
Powered by Froala Editor