ମକ୍କିଙ୍କୁ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ

ପାକିସ୍ତାନକୁ ଏକ ବଡ ଝଟ୍କା ଲାଗିଛି। ସୋମବାର ବିଶ୍ୱ ସଂସ୍ଥା ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍ଏସ୍ସି) ପାକିସ୍ତାନର ଅବଦୁଲ ରେହମାନ ମକ୍କି(ଲଶ୍କର-ଇ-ତୋଏବା ଆତଙ୍କବାଦୀ)ଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ବୋଲି ଘୋଷଣା କରିଛି।
ସୂଚନା ମୁତାବକ, ଅବଦୁଲ ରେହମାନ ମକ୍କି ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଏବାର ଆତଙ୍କବାଦୀ। ମୁମ୍ବାଇର ୨୬/୧୧ ଆକ୍ରମଣରେ ମଧ୍ୟ ସେ ଜଡ଼ିତ ଥିଲେ। ଚାଇନାରୁ ପ୍ରତିବନ୍ଧକ ହଟାଇବା ପରେ ୟୁଏନ୍ଏସ୍ସି ମକ୍କିଙ୍କୁ ଗ୍ଲୋବାଲ ଆତଙ୍କବାଦୀ ତାଲିକାରେ ସାମିଲ କରିଛି। ମକ୍କିଙ୍କ ଉପରେ ଏହି କାର୍ଯ୍ୟାନୁଷ୍ଠାନ ଆଇଏସ୍ଆଇଏଲ୍ ଏବଂ ଅଲ୍-କାଏଦା ପ୍ରତିବନ୍ଧକ କମିଟି ଅଧୀନରେ କରାଯାଇଛି।
Powered by Froala Editor