କୁକୁରଙ୍କୁ ଖାଦ୍ୟ ଦେବାବେଳେ ମାଡ଼ିଗଲା କାର୍, ସିସିଟିଭରେ କଏଦ ହେଲା ଦୁର୍ଘଟଣା ଦୃଶ୍ୟ

ବୁଲା କୁକୁରକୁ ଖୁଆଉଥିବା ବେଳେ ଯୁବତୀଙ୍କ ଉପରେ ଚଢ଼ିଗଲା କାର୍। ପଞ୍ଜାବର ଚଣ୍ଡୀଗଡ଼ରେ ୨୫ ବର୍ଷୀୟ ଯୁବତୀ ଜଣଙ୍କ କୁକୁରକୁ ଖାଇବାକୁ ଦେଉଥିବା ବେଳେ ହଠାତ୍ ଗୋଟିଏ ଦ୍ରୁତଗାମୀ କାର୍ ତାଙ୍କ ଉପରେ ମାଡ଼ି ଯାଇଛି। ଚଣ୍ଡିଗଡ଼ରେ ଘଟିଥିବା ଏହି ଲୋମହର୍ଷକାରୀ ଘଟଣା ସିସିଟିଭିରେ ମଧ୍ୟ କଏଦ ହୋଇଛି।
ରାସ୍ତା କଡ଼ରେ କୁକୁରମାନଙ୍କୁ ଖାଇବାକୁ ଦେଉଥିବା ଯୁବତୀଙ୍କୁ ଦ୍ରୁତ ଗତିରେ ଆସୁଥିବା ଏକ ଥର୍ ଗାଡ଼ି ଧକ୍କା ଦେଇଥିବା ଜଣାପଡ଼ିଛି। ଧକ୍କା ଦେବା ପରେ ଅଟକିବା ପରିବର୍ତ୍ତେ କାର୍ ଚାଳକ ସେଠାରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଘଟଣାଟି ଫର୍ଣ୍ଣିଚର ମାର୍କେଟରେ ଘଟିଥିବା ବେଳେ ଏହି ଘଟଣା ସେଠାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଯୁବତୀ ଜଣଙ୍କ ହେଲେ ତେଜସ୍ୱିତା। ଘଟଣାରେ ସେ ଗୁରୁରତର ଆହତ ହୋଇଛନ୍ତି। ତାଙ୍କୁ ଜିଏମଏସ୍ଏଚ୍-୧୬ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ମୁଣ୍ଡର ଉଭୟ ପାର୍ଶ୍ୱରେ ଏକାଧିକ କ୍ଷତଚିହ୍ନ ରହିଥିବାରୁ ଡାକ୍ତରମାନେ ଏହା ଷ୍ଟିଚ୍ କରିଛନ୍ତି।
ତେଜସ୍ୱିତାଙ୍କ ବାପା ଓଜସ୍ୱି କୌଶଲ ହିଁ ଘଟଣା ବେଳର ସିସିଟିଭିକୁ ହାସଲ କରି ୬୧ ପୁଲିସ୍ ଷ୍ଟେସନରେ ଅଭିଯୋଗ କରିଛନ୍ତି। ତାଙ୍କ ଝିଅ ଆର୍କିଟେକରେ ଡିଗ୍ରୀ ହାସଲ କରିଥିବା ବେଳେ ୟୁପିଏସ୍ସି ପାଇଁ ପ୍ରସ୍ତୁତ ହେଉଥିଲେ। ସେ ପ୍ରତିଦିନ କୁକୁରକୁ ଖାଇବାକୁ ଦିଅନ୍ତି ବୋଲି କୌଶଲ କହିଛନ୍ତି।
Powered by Froala Editor