ପୂର୍ବତନ ସାଂସଦଙ୍କୁ ଗୁଳିକରି ହତ୍ୟା
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଜଣେ ପୂର୍ବତନ ସାଂସଦଙ୍କୁ ଗୁଳିକରି ହତ୍ୟା କରାଯାଇଛି । ପୂର୍ବତନ ମହିଳା ସାଂସଦ ମୁର୍ସାଲ ନବିଜଡ଼ାଙ୍କ ସହ ତାଙ୍କ ଅଙ୍ଗରକ୍ଷୀଙ୍କୁ ମଧ୍ୟ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଖାଲି ସେତିକି ନୁହେଁ ଗତକାଲି ହୋଇଥିବା ଏହି ଆକ୍ରମଣରେ ପୂର୍ବତନ ମହିଳା ସାଂସଦ ମୁର୍ସାଲ ନବିଜଡ଼ାଙ୍କ ଭାଇ ଏବଂ ଅନ୍ୟ ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କୁ ଚିକିତ୍ସା କରାଯାଉଛି । ନାବିଜଡା ଆଫଗାନିସ୍ତାନର ଜଣେ ସହାସୀ ଝିଅ ବୋଲି କୁହାଯାଉଛି । ଅନେକ ସମୟରେ ସେ ନିଜର ସାହସ ଦେଖାଇଛନ୍ତି । ଏହି ହତ୍ୟାକାଣ୍ଡକୁ ନେଇ ନବିଜଡ଼ାଙ୍କ ପୂର୍ବତନ ସହଯୋଗୀ ମାନେ ପ୍ରତିକ୍ରିୟା ରଖିଛନ୍ତି । ସେମାନେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ତାଲିବାନ ଶାସନ ସମୟରେ ନବିଜଡ଼ା ହେଉଛନ୍ତି ଜଣେ ସାହସୀ ଝିଅ । ତାଲିବାନର ଶାସନକୁ ନେଇ ସେ କେବେ ଭୟ କରିନଥିଲେ । ଦେଶ ଛାଡିବାକୁ ମନା କରିଥିବା ମହିଳା ମାନଙ୍କ ମଧ୍ୟରେ ନାବିଜଡା ଅନ୍ୟତମ ।
Powered by Froala Editor