ଜାଡରେ ଥରୁଛି ଓଡିଶା
ଭୁବନେଶ୍ୱର : ଶୀତରେ ଥରୁଛି ଓଡିଶା । ଏତେମାତ୍ରରେ ଜାଡ ପଡୁଛି ଯେ, ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି । ରାତିର ତାପମାତ୍ର କମୁଥିବାରୁ ପ୍ରବଳ ଶୀତ ଅନୁଭୂତ ହେଉଛି । ଗତ ୨୪ଘଣ୍ଟା ମଧ୍ୟରେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା୪ଡିଗ୍ରି ରେକର୍ଡ ହୋଇଛି ।
ସେମିଳିଗୁଡାରେ ୪.୯ ଫୁଲବାଣୀରେ ୬.୫, କୋରାପୁଟରେ ୭, କିରେଇରେ ୭.୭, ରାଉରକେଲାରେ ୭.୮, ଝାରସୁଗୁଡାରେ ୮, ଚିପିଲିମରେ୮.୪, ସୁନ୍ଦରଗଡରେ ୮.୭, ଭବାନୀପାଟଣା ଓ ଢେଙ୍କାନାଳରେ ୮.୮, ଦାରିଂବାଡିରେ ୯, କେନ୍ଦୁଝରରେ ୯.୫ ଓ ରାଣୀତାଲାରେ ୯.୮ଡିଗ୍ରି ରହିଥିଲା । ୫ ଦିନଯାଏ ପାଗ ମୁଖ୍ୟତଃ ଶୁଖିଲା ରହିବ ।
Powered by Froala Editor