ଭୁଶୁଡ଼ୁଛି ପାକିସ୍ତାନର ଆର୍ଥିକ ସ୍ଥିତି, ପିଆଜ କେଜି ୨୨୦ ଟଙ୍କା

ନୂଆଦିଲ୍ଲୀ: ଭୁଶୁଡ଼ୁଛି ପାକିସ୍ତାନର ଆର୍ଥିକ ସ୍ଥିତି । ଧୀରେ ଧୀରେ ପାକିସ୍ତାନରେ ଖାଦ୍ୟ ସଙ୍କଟ ଦେଖା ଦେଲାଣି । ପୂର୍ବରୁ ଅନେକ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦାମ୍ ଆକାଶ ଛୁଆଁ ହୋଇଥିବା ବେଳେ ଏବେ ଚିନ୍ତା ବଢ଼ାଇଲାଣି ପିଆଜ ଦର । ଖାଲି ପିଆଜ କାହିଁକି ଆହୁରି ଅନେକ ସାମଗ୍ରୀ ଦର ଆକାଶ ଛୁଆଁ ହୋଇଛି । ଯାହା ଦ୍ୱାରା ପାକିସ୍ତାନବାସୀ ବର୍ତ୍ତମାନ ମୁଦ୍ରାସ୍ଫୀତିର ସମ୍ମୁଖୀନ ହେଉଛନ୍ତି । ରିପୋର୍ଟ ଅନୁଯାୟୀ, ଗତବର୍ଷ ତୁଳନାରେ ପାକିସ୍ତାନରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ୫୦ ପ୍ରତିଶତ ବୃଦ୍ଧି ଘଟିଛି । ହେଲେ ପିଆଜ ଦର ଆକାଶ ଛୁଆଁ ହୋଇଛି ।
୨୦୨୨ ଜାନୁଆରୀରେ ପିଆଜ ଦର ୩୬ଟଙ୍କା ରହିଥିବା ବେଳେ ବର୍ତ୍ତମାନ ପାକିସ୍ତାନରେ ପିଆଜ ଦାମ୍ ୨୨୦ ଟଙ୍କା ରହିଛି । ସେହିପରି ପାକିସ୍ତାନରେ ପେଟ୍ରୋଲ ଡିଜେଲ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ପେଟ୍ରୋଲ ମୂଲ୍ୟ ୪୮ ପ୍ରତିଶତ ବଢ଼ିଥିବା ବେଳେ ଡିଜେଲ ଲିଟର ପ୍ରତି ୬୧ ପ୍ରତିଶତ ବୃଦ୍ଧି କରାଯାଇଛି । ଯାହାଫଳରେ ଦେଶରେ ଖାଦ୍ୟ ସାମଗ୍ରୀ ମୂଲ୍ୟ ଉପରେ ବିଶେଷ ପ୍ରଭାବ ପକାଇଛି । ଚିକେନ୍ ୮୨%, ଡାଲି ୫୧%, ସୋରିଷ ତେଲ ଉପରେ ୪୬ ପ୍ରତିଶତ ମୂଲ୍ୟ ବୃଦ୍ଧି କରାଯାଇଛି । ଖାଲି ସେତିକି ନୁହେଁ, କ୍ଷୀର ଦାମ୍ ଉପରେ ୩୦% ଦାମ୍ ବୃଦ୍ଧି ହୋଇଛି । ଅତୀତରେ ଶ୍ରୀଲଙ୍କାରେ ଏପରି ପରିସ୍ଥିତି ଦେଖିବାକୁ ମିଳିଥିଲା । ଯାହାକି ବର୍ତ୍ତମାନ ପାକିସ୍ତାନ ସେହିପରି ଗତି କରୁଛି ।
Powered by Froala Editor