ଅଧ୍ୟାହ୍ନଭୋଜନରୁ ବାହାରିଲା ମଲା ସାପ, ୩୦ ଛାତ୍ରଛାତ୍ରୀ ହସ୍ପିଟାଲରେ ଭର୍ତ୍ତି
ପଶ୍ଚିମବଙ୍ଗର ବୀରଭୂମି ଜିଲ୍ଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବୀରଭୂମି ଜିଲ୍ଲାର ମୟୂରଶ୍ୱର ବ୍ଲକରେ ଥିବା ଏକ ପ୍ରାଥମିକ ସ୍କୁଲର ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ଦିଆଯାଇଥିଲା। ଏହି ଭୋଜନ ଖାଇବା ପରେ ୩୦ଜଣ ଛାତ୍ରଛାତ୍ରୀଙ୍କ ବାନ୍ତି ହୋଇଥିଲା। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ତେବେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରୁଥିବା କର୍ମଚାରୀଙ୍କୁ ଘଟଣା ବିଷୟରେ ପଚରା ଯିବାରୁ ସେ କହିଥିଲେ ଯେ, ‘ ରୋଷେଇ ପାଇଁ ରହିଥିବା ବାସନ ଅର୍ଥାତ ଯେଉଁ ବାସନରେ ଡାଲି ଥିଲା, ସେଥିରେ ଗୋଟିଏ ମଲା ସାପ ଦେଖିବାକୁ ମିଳିଥିଲା ।’ କର୍ମଚାରୀଙ୍କ ଏଭଳି ବୟାନ ପରେ ମଧ୍ୟାହ୍ନ ଭୋଜନରେ ସାପ ପଡ଼ିଥିବା ହେତୁ ଏତେମାତ୍ରାରେ ପିଲା ଅସୁସ୍ଥ ହୋଇ ପଡ଼ିଥିବା କୁହାଯାଉଛି।
ବ୍ଲକ ବିକାଶ ଅଧିକାରୀ କହିଛନ୍ତି ଯେ ମଧ୍ୟାହ୍ନ ଭୋଜନ ଖାଇବା ପରେ ପିଲାମାନେ ଅସୁସ୍ଥ ହୋଇପଡ଼ିଥିବା ଗାଁ ଲୋକମାନେ ଅଭିଯୋଗ କରିଥିଲେ। ଏ ସମ୍ପର୍କରେ ଆମେ ପ୍ରାଥମିକ ସ୍କୁଲର ଜିଲ୍ଲା ଇନ୍ସପେକ୍ଟରଙ୍କୁ କହି ସାରିଛୁ। ସେ ଆଜି ଆସି ସ୍ଥିତି ପରଖିଛନ୍ତି। ଅସୁସ୍ଥ ହୋଇଥିବା ଶିକ୍ଷାର୍ଥୀଙ୍କ ମଧ୍ୟରୁ ଜଣଙ୍କୁ ଛାଡ଼ି ଆଉ ସମସ୍ତେ ହସ୍ପିଟାଲରୁ ଡିସଚାର୍ଜ ହୋଇସାରିଛନ୍ତି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ପିଲାଟି ମଧ୍ୟ ବିପଦ ମୁକ୍ତ ରହିଥିବା ସେ କହିଛନ୍ତି।
Powered by Froala Editor