ଛାତି ଥରାଇଦେଲା ଦୁର୍ଘଟଣା : ବାପାମା’ ପଡିଯିବା ପରେ ଚଳନ୍ତା ବାଇକ୍ରେ ବସିଥିଲା ଶିଶୁ

ଦୁର୍ଘଟଣା ଏମିତି ଯାହାକୁ ଦେଖିଲେ ଆପଣଙ୍କ ଛାତି ସ୍ପନ୍ଦନ ଥମିଯିବ । ଦୁର୍ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଦେଖିବାକୁ ମିଳୁଛି, ଏକ ବାଇକରେ ବାପା-ମା’ ଓ ଶିଶୁ ବସି ଯାଉଛନ୍ତି। ଏହି ସମୟରେ ତାଙ୍କ ବାଇକଟି ସାମ୍ନାରେ ଛିଡ଼ା ହୋଇଥିବା ଆଉ ଏକ ଗାଡ଼ିକୁ ଧକ୍କା ଦେଉଛି। ଫଳରେ ବାପା-ମା’ ଛିଟିକି ପଡ଼ିଥିବା ବେଳେ ବାଇକଟି ଚଳନ୍ତା ଅବସ୍ଥାରେ ଆଗକୁ ଗଡ଼ି ଚାଲିଥିଲା।
ଚଳନ୍ତା ବାଇକର ସିଟ୍ ଉପରେ ବସିଥିବା ଶିଶୁଟି ପ୍ରାୟ ଅଧା କିମି ପର୍ଯ୍ୟନ୍ତ ସେମିତି ବସି ରହିଥିଲା। ଚଳନ୍ତା ବାଇକ ଉପରେ ବସିଥିବା ଶିଶୁଟି ରାସ୍ତାରେ ଯାଉଥିବା କାର ଓ ଟ୍ରକକୁ ଅତିକ୍ରମ କରି ରାସ୍ତାପାର୍ଶ୍ବରେ ଥିବା ଏକ ବୁଦାରେ ଯାଇ ପଡ଼ିଥିଲା। ବୁଦାରେ ପଡ଼ିବା ହେତୁ ହାତ ଓ ଗୋଡ଼ରେ ଶିଶୁର ସାମାନ୍ୟ ଆଘାତ ଲାଗିଥିବା ବେଳେ ସୌଭାଗ୍ୟବଶତଃ ତାର ଜୀବନ ରକ୍ଷା ପାଇଯାଇଛି। ତେବେ ଏହି ଦୃଶ୍ୟ ଦେଖୁଥିବା ଲୋକେ କିଛି ସମୟ ପାଇଁ ଆଖିବୁଜି ଦେଇଥିଲେ।
ତେବେ ଏହି ଦୁର୍ଘଟଣାର ଶିକାର ହୋଇଥିବା ଶିଶୁର ବାପା-ମା’ଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସ୍ଥାନୀୟ ଲୋକେ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି।
Powered by Froala Editor