ଓଡ଼ିଶା ଅବକାରୀ ବିଭାଗକୁ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର
ଭୁବନେଶ୍ୱର: ସ୍ୱଚ୍ଛତା, ସମୟାନୁବର୍ତ୍ତିତା ତଥା ଅନଲାଇନ ମାଧ୍ୟମରେ ସମସ୍ତ ସେବା ପ୍ରଦାନ ନିମନ୍ତେ ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗକୁ ସମ୍ମାନଜନକ ଡିଜିଟାଲ ଇଣ୍ଡିଆ ସ୍ୱର୍ଣ୍ଣ ପୁରସ୍କାର ମିଳିଛି। ଇ- ଅବକାରୀ ନୀତି ପାଇଁ ରାଜ୍ୟ ଅବକାରୀ ବିଭାଗକୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଶନିବାର ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆେୟାଜିତ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଅବକାରୀ ବିଭାଗର ପ୍ରମୁଖ ଶାସନ ସଚିବ ସୁଶୀଲ କୁମାର ଲୋହାନୀ ଓ ଅବକାରୀ ଆୟୁକ୍ତ ଆଶିଷ ସିଂ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ଗ୍ରହଣ ଉତ୍ସବରେ ଅତିରିକ୍ତ ଅବକାରୀ କମିଶନର ରାମଚନ୍ଦ୍ର ପାଲଟା, ଅତିରିକ୍ତ ସଚିବ ସାଇଦତ୍ତ ବିପ୍ଳବ କେଶରୀ ପ୍ରଧାନ ଓ ରାଷ୍ଟ୍ରୀୟ ସୂଚନା ଓ ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଷୟିକ ନିର୍ଦେଶକ ନିହାର ରଞ୍ଜନ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାରଙ୍କ ୫-ଟି ଅନୁସାରେ ପ୍ରଯୁକ୍ତି ବିଦ୍ୟାକୁ ପ୍ରାଧାନ୍ୟ ଦେଇ ଅବକାରୀ ବିଭାଗରେ ପରିବର୍ତ୍ତନ କରାଯାଇ ଏହାକୁ ସ୍ୱଚ୍ଛ, କ୍ରିୟାଶୀଳ ଓ ଉତ୍ତରଦାୟୀ କରାଯାଉଛି।
Powered by Froala Editor