ଏଥର ଚିଲିକାରେ ୧୧ ଲକ୍ଷ ୩୧ ହଜାର ୯ ଶହ ୨୯ ପକ୍ଷୀ
ବାଲୁଗାଁ: ଗତକାଲି ଚିଲିକା ପକ୍ଷୀ ଗଣନା କରାଯାଇଥିଲା। ବନ ବିଭାଗର ୨୧ଟି ଟିମ୍ରେ ପ୍ରାୟ ଶହେରୁ ଅଧିକ କର୍ମଚାରୀ ଏହି ପକ୍ଷୀ ଗଣନା କାର୍ୟ୍ୟରେ ନିୟୋଜିତ ହୋଇଥିଲେ। ଚଳିତ ବର୍ଷ ଚିଲିକାକୁ ଆସିଛନ୍ତି ଅଧିକ ପକ୍ଷୀ। ଏଥର ଚିଲିକାକୁ ୧୮୪ ପ୍ରଜାତିର ୧୧ ଲକ୍ଷ ୩୧ ହଜାର ୯ ଶହ ୨୯ ପକ୍ଷୀ ଆସିଛନ୍ତି। ଗତବର୍ଷ ତୁଳନାରେ ୫୭ ହଜାର ଅଧିକ ପକ୍ଷୀ ଚିଲିକାକୁ ଆସିଛନ୍ତି। ପକ୍ଷୀ ବିଶେଷଜ୍ଞ ତଥା ବମ୍ବେ ନ୍ୟାଚ୍ୟୁରାଲ୍ ହିଷ୍ଟ୍ରି ଅଫ୍ ସୋସାଇଟିର ଉପ-ନିର୍ଦ୍ଦେଶକ ଡା. ସତ୍ୟା ସେଲଭମ ଗତକାଲି ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ମୋଟ ପକ୍ଷୀ ମଧ୍ୟରୁ ୧୦୫ ପ୍ରଜାତିର ୧୦ ଲକ୍ଷ ୯୩ ହଜାର ୪୯ ବିଦେଶୀ ପକ୍ଷୀ ଏଥର ଚିଲିକା ଆସିଛନ୍ତି। ମୋଟ ୭୯ ଦେଶୀ ପ୍ରଜାତିର ୩୮ ହଜାର ୮ ଶହ ୮୦ ପକ୍ଷୀ ଦେଖିବାକୁ ମିଳିଛି। ନର୍ଦନ ପିଙ୍କଟେଲ ପ୍ରଜାତିର ସର୍ବାଧିକ ୨ ଲକ୍ଷ ୨୯ ହଜାର ପକ୍ଷୀ ଅଛନ୍ତି। ଏଥର ନଳବଣରେ ସର୍ବାଧିକ ୩ ଲକ୍ଷ ୪୨ ହଜାର ପକ୍ଷୀ ଆସିଛନ୍ତି। ଗତବର୍ଷ ଚିଲିକାକୁ ୧୮୩ ପ୍ରଜାତିର ୧୦ ଲକ୍ଷ ୭୪ ହଜାର ୧ ଶହ ୭୩ ପକ୍ଷୀ ଚିଲିକାକୁ ଆସିଥିଲେ।
Powered by Froala Editor