ବିନା ଡିଗ୍ରୀରେ କାମ କରୁଛନ୍ତି ଋଷ ୟୁକ୍ରେନ ମେଡିକାଲ ଗ୍ରାଜୁଏଟ

ନୂଆଦିଲ୍ଲୀ: ବିନା ଡିଗ୍ରୀରେ ଦେଶରେ ଋଷ ଓ ୟୁକ୍ରେନର ମେଡିକାଲ ଗ୍ରାଜୁଏଟମାନେ କାମ କରୁଛନ୍ତି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପାଖରେ ଅଭିଯୋଗ ପହଂଚିବା ପରେ ସିବିଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଯୋଗ୍ୟତା ନଥାଇ କେମିତି ଏତେ ସଂଖ୍ୟକ ବିଦେଶ ଫେରନ୍ତାକୁ ଚିକିତ୍ସା ଅଭ୍ୟାସ ପାଇଁ ଲାଇସେନ୍ସ ମିଳିଲା, ତା’ର ଖୋଳତାଡ ଆରମ୍ଭ ହୋଇଛି । ୨୦୧୧ ପରଠାରୁ ଅନେକ ଅଯୋଗ୍ୟ ବ୍ୟକ୍ତି ବିଭିନ୍ନ ଉପାୟରେ ଭାରତରେ ଚିକିତ୍ସା ଅଭ୍ୟାସ ପାଇଁ ଲାଇସେନ୍ସ ହାସଲ କରିଛନ୍ତି ।
ଏଫଏମଜିଇରେ ଭାଗ ନ ନେଇ ମଧ୍ୟ ମେଡିକଲା ଚିକିତ୍ସା ପାଇଁ ଲାଇସେନ୍ସ ପାଇଛନ୍ତି । ଏଥିପାଇଁ ୧୪ଟି ରାଜ୍ୟ ମେଡିକାଲ କାଉନସିଲ ଓ ୭୩ ଜଣ ବିଦେଶୀ ମେଡିକାଲ ଡିଗ୍ରୀ ହାସଲକାରୀ ଶିକ୍ଷାର୍ଥୀଙ୍କ ବିରୋଧରେ ସିବିଆଇ ଏକ ଅପରାଧିକ ମାମଲା ରୁଜୁ ଯାଂଚ ଆରମ୍ଭ କରିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିୟମ କହୁଛି ଯେ ବିଦେଶରେ ମେଡିକାଲ ଡିଗ୍ରୀ ହାସଲ କରିଥିବା ସମସ୍ତ ଆଶାୟୀ ଭାରତରେ ମେଡିକାଲ ଚିକିତ୍ସା ଅଭ୍ୟାସ ପାଇଁ ନ୍ୟାସନାଲ ମେଡିକାଲ କମିଶନ କିମ୍ବା ରାଜ୍ୟ ମେଡିକାଲ କାଉନସିଲରେ ଅସ୍ଥାୟୀ କିମ୍ବା ସ୍ଥାୟୀ ପଞ୍ଜିକରଣ ହାସଲ ପାଇଁ ଜାତୀୟ ପରୀକ୍ଷା ବୋର୍ଡ ଦ୍ୱାରା ଆୟୋଜିତ ଏଫଏମଜିଇ/ ସ୍କ୍ରିନିଂରେ ଯୋଗ୍ୟତା ଅର୍ଜନ କରିବାକୁ ପଡିବ । କିନ୍ତୁ ଅଭିଯୁକ୍ତଙ୍କ ମାନେ ଏଫଏମଜିଇରେ ଯୋଗ୍ୟତା ଅର୍ଜନ କରି ନଥିଲେ ମଧ୍ୟ ସେମାନଙ୍କୁ ଅସ୍ଥାୟୀ କିମ୍ବା ସ୍ଥାୟୀ ପଞ୍ଜୀକରଣ ପାଇଁ ଲାଇସେନ୍ସ ଦିଆଯାଇଛି ।
୨୦୧୧ରୁ ୨୦୨୨ ମଧ୍ୟରେ ରୁଷ, ୟୁକ୍ରେନ, ଚାଇନା ଓ ନାଇଜେରିଆ ଭଳି ଦେଶରୁ ଏମବିବିଏସ୍ କରିଥିବା ୭୩ ଜଣ ମେଡିକାଲ୍ ଡିଗ୍ରୀଧାରୀ ଏଫଏମଜିଇରେ ଯୋଗ୍ୟତା ଅର୍ଜନ କରି ନାହାନ୍ତି । ତଥାପି ସେମାନଙ୍କୁ ବିଭିନ୍ନ ରାଜ୍ୟ ମେଡିକାଲ୍ କାଉନସିଲରେ ପଞ୍ଜିକରଣର କରିଛନ୍ତି ।
Powered by Froala Editor