ଅସୁସ୍ଥ ମା’ଙ୍କୁ ଭେଟିବା ପାଇଁ ଜ୍ୟାକଲିନଙ୍କୁ ମିଳିଲାନି ଅନୁମତି
ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ଆଉ ଏକ ଝଟକା ଲାଗିଛି । ବିଦେଶ ଯିବା ପାଇଁ ତାଙ୍କୁ ଅନୁମତି ମିଳିନାହିଁ । ଗୁରୁବାର ଦିଲ୍ଲୀର ଏକ କୋର୍ଟ ତଙ୍କାର ସେହି ଆବେଦନକୁ ଖାରଜ କରିଛନ୍ତି । ସେ ତାଙ୍କ ଅସୁସ୍ଥ ମା’ଙ୍କୁ ଡିସେମ୍ବର ୨୫ରୁ ଜାନୁଆରି ୫ ପର୍ଯ୍ୟନ୍ତ ଦେଖିବାକୁ ବାହାରିନ୍ ଯିବା ପାଇଁ କୋର୍ଟରେ ଆବେଦନ କରିଥିଲେ। ତେବେ ଦିଲ୍ଲୀର ଏକ କୋର୍ଟ ତାଙ୍କର ଏହି ଆବେଦନକୁ ଖାରଜ କରି ବିଦେଶ ଯିବାକୁ ଅନୁମତି ଦେଇନାହିଁ।
କୋର୍ଟ କହିଛନ୍ତି, ମନି ଲଣ୍ଡରିଂ ମାମଲାରେ ଛନ୍ଦି ହୋଇପଡିଥିବା ଜ୍ୟାକଲିନଙ୍କ ମାମଲାର ତଦନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥିତିରେ ଅଛି। ସେଥିପାଇଁ ପ୍ରଥମେ ଚାର୍ଜଗୁଡିକ ଫ୍ରେମ କରାଯାଉ। ତା’ପରେ ଜ୍ୟାକଲିନ ବିଦେଶ ଯାଇ ପାରିବେ କି ନାହିଁ ତା’ ଉପରେ ନିଷ୍ପତ୍ତି ନିଆଯିବ। ଏଥିସହିତ କୋର୍ଟ କହିଛନ୍ତି ଜ୍ୟାକଲିନ ତାଙ୍କ ମା’ଙ୍କ ଏଭଳି ଅବସ୍ଥା ସମୟରେ ଦେଖା କରିବା ବି ଉଚିତ, କିନ୍ତୁ କିଛିଟା ନିୟମ ହେତୁ ତାଙ୍କର ଏଭଳି ଆବେଦନକୁ ମଞ୍ଜୁରୀ ଦିଆଯାଇ ପାରୁନାହିଁ। ।
ପ୍ରକାଶଯୋଗ୍ୟ, କୋର୍ଟ ସୁକେଶ ଚନ୍ଦ୍ରଶେଖର ଲିପ୍ତଥିବା ୨୦୦ କୋଟି ଟଙ୍କା ଅର୍ଥ ହଡ଼ପ ମାମଲାରେ ଅଭିଯୁକ୍ତ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଏକ ଯାଚିକା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ମଙ୍ଗଳବାର ଜବାବ ମାଗିଥିଲେ, ଯେଉଁଥିରେ ସେ ନିଜର ମାଆଙ୍କୁ ଭେଟିବାକୁ ବାହାରିନ ଯିବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ । କୋର୍ଟ ଗତ ୧୫ ନଭେମ୍ବରରେ ଜ୍ୟାକଲିନଙ୍କୁ ନିୟମତି ଜାମିନ ଦେଇ ଦେଇଥିଲେ, ମାମଲାରେ ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କୁ ଗିରଫ କରାଯାଇନାହିଁ ।
Powered by Froala Editor