ଚତୁର୍ଥ ଶ୍ରେଣୀ ଛାତ୍ରକୁ ପିଟି ଛାତରୁ ଠେଲିଦେଲା ନିର୍ଦ୍ଦୟ ଶିକ୍ଷକ
କର୍ଣ୍ଣାଟକର ଏକ ବିଦ୍ୟାଳୟରେ ଶିକ୍ଷକଙ୍କ ମାଡ଼ରେ ଚତୁର୍ଥ ଶ୍ରେଣୀ ଛାତ୍ରର ମୃତ୍ୟୁ ଘଟିଛି। ଛାତ୍ରଙ୍କୁ ଶିକ୍ଷକ ମାଡ ମାରିବା ସହ ପ୍ରଥମ ମହଲାରୁ ଧକ୍କା ଦେବାରୁ ଛାତ୍ରଜଣକ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। କର୍ଣ୍ଣାଟକାର ହଗଲି ଗାଁରେ ଥିବା ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ଘଟଣା ଘଟିଛି। ଏଠାରେ ପିଲାଙ୍କୁ ପାଠ ପଢ଼ାଉଥିବା ମୁଥାପ୍ପା ୪ର୍ଥ ଶ୍ରେଣୀର ଛାତ୍ର ଭରତଙ୍କୁ ମାରି ଦେଇଛନ୍ତି।
ଗଡକା ଜିଲ୍ଲାର ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି, ଏହି ସ୍କୁଲର ଆଉ ଜଣେ ଶିକ୍ଷୟିତ୍ରୀ ହେଉଛନ୍ତି ଗୀତା ବାରକେର। ଭରତ ତାଙ୍କ ପୁଅ। ଶିକ୍ଷକ ମୁଥାପ୍ପା ନିର୍ଦ୍ଦୟ ଭାବେ ଭରତଙ୍କୁ ପିଟୁଥିବା ଦେଖି ଏଥିରେ ଗୀତା ହସ୍ତକ୍ଷେପ କରିଥିଲେ। ହେଲେ କିଛି ଲାଭ ମିଳି ନଥିଲା। ଶିକ୍ଷକ ପ୍ରଥମେ ୧୦ବର୍ଷର ଛାତ୍ରଙ୍କୁ ମାଡ଼ ମାରିବା ପରେ ତାଙ୍କୁ ବିଦ୍ୟାଳୟର ପ୍ରଥମ ମହଲାର ବାଲକୋନୀରୁ ଠେଲି ଦେଇଥିଲେ। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଛାତ୍ରଙ୍କ ପରିବାର ଦେଇଥିବା ବୟାନକୁ ଆଧାର କରି ପୁଲିସ ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରିଛି। ବର୍ତ୍ତମାନ ଅଭିଯୁକ୍ତ ଶିକ୍ଷକ ଫେରାର ଥିବା ସାମ୍ନାକୁ ଆସିଛି।
ମୁଥାପ୍ପା ଭରତଙ୍କ ମା’ ଗୀତାଙ୍କୁ ମଧ୍ୟ ମାଡ ମାରିଥିଲେ। ସେ ବର୍ତ୍ତମାନ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
Powered by Froala Editor