ଭାରତ ଯୋଡୋ ଯାତ୍ରାରେ ସଚିନ୍ ଜିନ୍ଦାବାଦ୍ ନାରା

ଭାରତ ଯୋଡୋ ଯାତ୍ରାରେ ଶୁଭିଲା ସଚିନ ପାଇଲଟ୍ଙ୍କ ନାରା। ରାଜସ୍ଥାନର ଦୌସା ନଗରୀର କାଲାଖୋରେ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ‘ଭାରତ ଯୋଡ଼ୋ ଯାତ୍ରା’ ଆରମ୍ଭ ହେବା ମାତ୍ରେ ଦଳେ କଂଗ୍ରେସ କର୍ମୀ ସଚିନ୍ ପାଇଲଟ୍ଙ୍କ ସପକ୍ଷରେ ସ୍ଲୋଗାନ୍ ଦେଇଥିଲେ। ରାହୁଲଙ୍କ ପଦଯାତ୍ରା ଚାଲିଥିବା ବେଳେ ଅଳ୍ପ କେତେକ ଯୁବ କଂଗ୍ରେସ କର୍ମୀ ବଡ ପାଟିରେ ଚିତ୍କାର କରି କହୁଥିଲେ, ‘ସଚିନ୍ ପାଇଲଟ୍ ଜିନ୍ଦାବାଦ୍’। ‘ହମାରା ସିଏମ୍ କୈସା ହୋ? ସଚିନ୍ ପାଇଲଟ୍ ଜୈସା ହୋ।’
ଉଲ୍ଲେଖଯୋଗ୍ୟ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଥିବା ମତଭେଦ ସମସ୍ତଙ୍କୁ ଜଣା। ଅନେକ ଥର ସଚିନଙ୍କ ସମର୍ଥକ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇବା ପାଇଁ ଦାବି କରିଆସିଛନ୍ତି। ତେବେ ଚଳିତ ଥର ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ହେଉଥିବା ଭାରତ ଯୋଡୋ ଯାତ୍ରାରେ ସଚିନ ପାଇଲଟଙ୍କ ପାଇଁ ସ୍ଲୋଗାନ ଦେଇ ଏହି ବାର୍ତ୍ତା ଦେଇଛନ୍ତି ଯେ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୁଅନ୍ତୁ।
Powered by Froala Editor