ମହିଳାଙ୍କ ପେଟରୁ ବାହାରିଲା ୧୫ କୋଟି ଟଙ୍କାର କୋକେନ
ଗିନିର ଜଣେ ମହିଳା ନାଗରିକଙ୍କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଇଛି। ଧରାପଡିଯିବା ଭୟରେ ମହିଳା ୮୨ଟି କୋକେନ୍ କ୍ୟାପସୁଲ ଗିଳି ଦେଇଥିଲା।ଅସ୍ତ୍ରୋପଚାର କରିବା ପରେ ତାଙ୍କ ପେଟ ଭିତରୁ ପୁଳା ପୁଳା କୋକେନ କ୍ୟାପସୁଲ ଜବତ କରିଛି ପୁଲିସ। ଜବତ କୋକେନର ମୂଲ୍ୟ ୧୫.୩୬ କୋଟି ଟଙ୍କା ହେବ । ଯାହାର ମୂଲ୍ୟ ୧୫.୩୬ କୋଟି ଟଙ୍କା।
ଅଧିକାରୀଙ୍କ କହିବା ମୁତାବକ ମହିଳା ଜଣକ ଡିସେମ୍ବର ୭ ତାରିଖରେ ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରର ଟର୍ମିନାଲ-୩ରେ ପହଞ୍ଚିଥିଲେ। ମହିଳା ଜଣକ ଗ୍ରୀନ୍ ଚ୍ୟାନେଲ ପାର୍ କରିବା ପରେ ଟର୍ମିନାଲ-୩ ହଲ୍ର ପ୍ରସ୍ଥାନ ଗେଟ୍ ଆଡକୁ ଯାଇଥିଲେ। ଏହି ସମୟରେ କଷ୍ଟମ ଅଧିକାରୀମାନେ ତାଙ୍କୁ ଅଟକାଇଥିଲେ। ପଚରାଉଚରା ପରେ ମହିଳା ଜଣକ କୋକେନ କ୍ୟାପସୁଲ ଗିଳି ଦେଇଥିବା କହିଥିଲେ। ମହିଳା ଜଣକ ପେଟରୁ କୋକେନ୍ କ୍ୟାପସୁଲ୍ ବାହାର କରିବା ପାଇଁ ରାମ ମନୋହର ଲୋହିଆ ଡାକ୍ତରଖାନାରେ ଅସ୍ତ୍ରୋପଚାର କରାଯାଇଥିଲା।
Powered by Froala Editor